ମୁମ୍ବାଇ ୩୧।୦୭: ପ୍ରାୟ ୫୭ ବର୍ଷ ବୟସରେ ମଧ୍ୟ ଚର୍ଚ୍ଚାରେ ଶାହରୁଖ ଖାନ । ବର୍ତ୍ତମାନ ସେ ଯାହା କରି ଦେଖାଇ ଦେଇଛନ୍ତି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତିରେ ସେ ଅନେକଙ୍କୁ ଟକ୍କର ଦେବାରେ ସମର୍ଥ। ଏଥିପାଇଁ ସେ ଦୁଇବର୍ଷ ହେବ ଶରୀରରୁ ସ୍ୱେଦ ଝରାଇ ଶରୀରକୁ ଆହୁରି ମଜଭୁତ କରିଛନ୍ତି। ବର୍ତ୍ତମାନ ବଲିଉଡରେ ଫିଲ୍ମ ‘ପଠାନ’ରେ ତାଙ୍କ ଲୁକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜଠାରୁ ବୟସରେ ଅନେକ ସାନ ଅଭିନେତାମାନଙ୍କୁ ମଧ୍ୟ ଚକମା ଦେବେ। ଏଥିରେ ତାଙ୍କ ଲୁକ୍ ମେଦହୀନ, ପେଶିବହୁଳ, କଠିନ ଚେହେରା ଦୃଶ୍ୟମାନ ହେଉଛି । ଏନେଇ ଶାହରୁଖଙ୍କ ପ୍ରଶିକ୍ଷକ ପ୍ରଶାନ୍ତ ସୁଭାଷ ଖୁଲାସା କରିଛନ୍ତି।
ମୁମ୍ବାଇର ଏକ ଗଣମାଧ୍ୟମକୁ ସେ କହିଛନ୍ତି -ଦୁଇବର୍ଷ ହେବ ସେ ବହୁତ କଠିନ ପରିଶ୍ରମ ସହ ଯୋଗ ବ୍ୟାୟାମ କରୁଥିଲେ। ଗତ ଦୁଇ ବର୍ଷ ଧରି ପ୍ରଚୁର ମାତ୍ରାରେ ୱେଟ୍ ଲିଫ୍ଟିଂ କରିଛନ୍ତି । ପ୍ରଥମେ ଲଗାତାର ସର୍କିଟ ଟ୍ରେନିଂ ଏବଂ କାର୍ଡିଓ ୱାକ୍ର୍ଆଉଟ୍ କରୁଥିଲେ। ଏକାଧିକ ଥର ଆଘାତ ପାଇ ବି ପଛଘୁଞ୍ଚା ଦେଇନାହାନ୍ତି ଶାହରୁଖ । ୨୦୨୩ ମସିହା ଜାନିୁଆରୀରେ ‘ପଠାନ’ ମୁକ୍ତି ପାଇବ ବୋଲି ସ୍ଥିର ହୋଇଛି । ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଆଉ ଦୁଇଟି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମ ।

