ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଡାକ୍ତରଖାନାରେ ଭର୍ତ୍ତି। ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ମୋହାଲୀ ଥିବା ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଫେବ୍ରୁଆରୀ ମାସରେ ବି ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଫର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ତାଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା।
ସିରୋମଣି ଅକାଳୀ ଦେଳ ନେତା ପ୍ରକାଶ ସିଂହ ବାଦଲଙ୍କର ବର୍ତ୍ତମାନ ୯୪ ବର୍ଷ। ଜାନୁଆରୀ ମାସରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଲୁଧିଆନା ଦୟାନନ୍ଦ ମେଡିକାଲ କଲେଜ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥଲା। ତେବେ କିଛିଦିନ ପରେ ସେ ସୁସ୍ଥ ହୋଇଯାଇଥିଲେ।