ଚଣ୍ଡୀଗଡ଼: କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ ଜାରି କରାଯାଇଛି। ଏହି ନାଇଟ କର୍ପ୍ୟୁ ଆଜି ରାତିରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରତିଦିନ ୮ଘଣ୍ଟା ପାଇଁ ଲାଗୁ ହେବ। ନାଇଟ କର୍ପ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ କରାଯାଇଛି। ପଞ୍ଜାବ ସରକାର ରାଜ୍ୟରେ ରାଜନୈତିକ ସଭା ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।