ଖେଳ ଦେଶ ବିଦେଶ

ପଞ୍ଜାବକୁ ଜିତାଇଲେ ରବାଦା-ଧାୱନ

ମୁମ୍ବାଇ: ଟେବୁଲ ଟପର ଗୁଜରାଟ ଲାୟନ୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ମଙ୍ଗଳବାର ଚଳିତ ଆଇପିଏଲ୍‌ର ଏହି ୪୮ତମ ମ୍ୟାଚ୍‌ରେ ପଞ୍ଜାବ ସମ୍ମୁଖରେ ଗୁଜରାଟ ୧୪୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଓପନର ଶିଖର ଧାୱନ (୬୨*)ଙ୍କ ଅର୍ଦ୍ଧଶତକ ସହ ଭାନୁକା ରାଜପାସ୍କେଙ୍କ ୪୦ ରନ୍ ବଳରେ ପଞ୍ଜାବ ୪ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା। ଏହି ବୃହତ୍ ବିଜୟ ବଳରେ ପଞ୍ଜାବ ନିଜ ରନ୍ ରେଟ୍ ବଢ଼ାଇବା ସହ ଦଶମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଗୁଜରାଟ ଦଶମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ଗୁଜରାଟ ବୋଲର ମହମ୍ମଦ ସାମିଙ୍କ ଗୋଟିଏ ଓଭରରୁ ପଞ୍ଜାବ ବ୍ୟାଟର୍ ଲିୟାମ ଲିଭିଂଷ୍ଟୋନ୍ (୩୦ ରନ୍, ୧୦ ବଲ୍) ହ୍ୟାଟ୍ରିକ୍ ଛକା ସହ ୨୮ ରନ୍ ଅମଳ କରିବା ଆଜି ମ୍ୟାଚ୍‌ର ଅନ୍ୟତମ ଚର୍ଚ୍ଚିତ ଅଧ୍ୟାୟ ଥିଲା। ସେ ମାରିଥିବା ଗୋଟିଏ ଛକା ୧୧୭ ମିଟର ଦୂରତା ବିଶିଷ୍ଟ ଥିଲା। ଯାହା ସାମିଙ୍କୁ ମଧ୍ୟ ଚକିତ କରିଥିଲା।

ମଙ୍ଗଳବାର ଗୁଜରାଟ ପ୍ରଚଳିତ ଧାରା ବିପରୀତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଏହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଯୁବ ତାରକା ସାଇ ସୁଦର୍ଶନ (୬୫*)ଙ୍କ ଛଡ଼ା ଏହି ଦଳର ଅନ୍ୟ କୌଣସି ବ୍ୟାଟର୍‌ ବଡ଼ ସ୍କୋର କରି ପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ କେବଳ ଓପନର ଋଦ୍ଧିମାନ ସାହ ୨୧ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି କାଗିସୋ ରବାଦା (୪/୩୩) ହିଁ ଗୁଜରାଟ ବ୍ୟାଟିଂ ବାହିନୀର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ତା ଛଡ଼ା ଅନ୍ୟତମ ଓପନର ଶୁଭମନ୍ ଗିଲ (୯) ରନ୍ଆଉଟ୍ ହେବା ମଧ୍ୟ ଗୁଜରାଟ ପାଇଁ ମସ୍ତବଡ଼ ଧକ୍କା‌ ଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧ ରନ୍‌ରେ ରିଷି ଧାୱନଙ୍କ ଶିକାର ହୋଇଥିଲେ। ଫଳରେ ଗୁଜରାଟ ୮ ୱିକେଟ୍ ବିନିମୟରେ ୧୪୩ ରନ୍ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ