ଦେଶ ବିଦେଶ ମନୋରଞ୍ଜନ

ପଚରାଉଚରା ବେଳେ ଏନସିବିକୁ କହିଲେ ଆରୟନ; ମ୍ୟାନେଜରଙ୍କଠୁ ଅନୁମତି ନେଇ ବାପାଙ୍କୁ ଦେଖା କରେ

ମୁମ୍ବାଇ: କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଗିରଫ ହେବା ପରେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆରୟନ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ହେପାଜତରେ । ହେପାଜତକୁ ନେବା ପରେ ଅଧିକ ସୂଚନା ପାଇଁ ଏନସିବି ଏବେ ଆରୟନଙ୍କୁ ପଚରାଉଚରା ଜାରି ରଖିଛି । ତେବେ ପଚରାଉଚରା ସମୟରେ ଆରୟନ ତାଙ୍କ ବାପା ଶାହରୁଖଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ନିଜ କାମରେ ଶାହରୁଖ ଏବେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କୁ ଦେଖାକରିବାକୁ ଆରୟନଙ୍କୁ ମଧ୍ୟ ଅନୁମତି ନେବାକୁ ପଡେ ବୋଲି ଜଣାପଡ଼ିଛି ।

ଆରୟନ ଖାନ ଏନସିବିକୁ କହିଛନ୍ତି ଯେ, ବାପା ଏବେ ଏକା ସାଙ୍ଗରେ ୩ଟି ଫିଲ୍ମର ସୁଟିଂ କରୁଛନ୍ତି । ତାଙ୍କ ଆଗାମୀ ଫିଲ୍ମ ପଠାନକୁ ନେଇ ସେ ବହୁତ ପରିଶ୍ରମ କରୁଛନ୍ତି । ପଠାନରେ ନିଜ ଚରିତ୍ର ପାଇଁ ତାଙ୍କୁ ଅନେକ ଘଣ୍ଟା ଧରି ଗୋଟିଏ ମେକଅପରେ ରହିବାକୁ ପଡୁଛି । ସେଥିପାଇଁ ମୁଁ ବାପାଙ୍କୁ ଦେଖା କରିବାକୁ ତାଙ୍କ ମ୍ୟାନେଜର ପୂଜାଙ୍କଠୁ ଅନୁମତି ନେଇଥାଏ ।

ଉଲ୍ଲେଖଯୋଗ୍ୟ, ରବିବାର ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଡ୍ରଗ୍ସ ପାର୍ଟି ଉପରେ ରେଡ କରିଥିଲା ଏନସିବି । ଏହି ପାର୍ଟିରୁ ଶାହରୁଖ ଖାନଙ୍କ ପୁଅ ଆରୟନଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ଏନିସିବି ଆରୟନଙ୍କୁ କୋର୍ଟରେ ହାଜର କରାଇଥିଲା । ପରେ କୋର୍ଟ ୭ ତାରଖ ଯାଏଁ ଆରୟନଙ୍କୁ ରିମାଣ୍ଡରେ ନେବାକୁ ଏନସିବିକୁ ଅନୁମତି ଦେଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ