ଅପରାଧ ରାଜ୍ୟ

ପକୁଡ଼ି ପାଇଁ ପିଶାଚିନୀ ସାଜିଲା ମା । ଛୁଆକୁ ବାଡ଼ିରେ ପିଟିପିଟି ମାରିଦେଲା, ପୋଲିସ୍ କଲା ଚାଞ୍ଚଲ୍ୟକର ଖୁଲାସା ।

ଯେଉଁ ହାତରେ ସ୍ନେହ ମମତା ଦେଉଥିଲା ସେହି ହାତରେ ସର୍ବନାଶ କରିଦେଲା । ଜନ୍ମକଲା ମା’ ସାଜିଗଲା ପିଶାଚିନୀ ଆଉ ନିଜ କୋମଳମତି ଝିଅକୁ ପିଟିପିଟି ଜୀବନରୁ ମାରିଦେଲା । ଏ ହତ୍ୟାକାଣ୍ଡ ଘଟିବାର ୮ ଦିନ ପରେ ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ, କାରଣ ମା’କୁ ହତ୍ୟାକାରୀ ସଜେଇଛି ସାମାନ୍ୟ କେଇଟା ପକୁଡ଼ି । ନିଜ ୯ ବର୍ଷ ଝିଅକୁ ପକୁଡ଼ି ପାଇଁ ହତ୍ୟା କଲା ମା’ । ପରେ ପ୍ରମାଣ ନଷ୍ଟ କରିବାକୁ ରଚିଥିଲା ଷଡ଼ଯନ୍ତ୍ର । ହେଲେ ପୋଲିସର ସନ୍ଦେହୀ ଆଖି ମା’ର ଅସଲ ମୁଖାକୁ ଖୋଲିଦେଲା । ପରେ ପୋଲିସକୁ ଲୋମଟାଙ୍କୁରା କାହାଣୀ ଉପରୁ ରହସ୍ୟ ଉଠାଇଛି ରାକ୍ଷସୀ ମା’ ।

ନବରଙ୍ଗପୁର ରାଇଘର ହଳଦୀ ଗାଁର ଲକ୍ଷ୍ମୀଧର ମାଝୀ ଏବଂ ତ୍ରିବେଣୀ ମାଝୀଙ୍କ ୯ ବର୍ଷର ଝିଅ ତୁଳାବାଇ ମାଝୀ । ଗତ ୧୬ ତାରିଖରେ ନାବାଳିକା ଝିଅର ଅର୍ଦ୍ଧ ଦଗ୍ଧ ଶବକୁ ରାଇଘର ପୋଲିସ ଉଦ୍ଧାର କରିଥିଲା । ଝିଅ ଆତ୍ମହତ୍ୟା କରିଥିବା ମା’ ତ୍ରିବେଣୀ କହିବା ପରେ ପୋଲିସର ସନ୍ଦେହ ବଢ଼ିବାରେ ଲାଗିଥିଲା । ଖୋଳତାଡ଼ କରିବାରୁ ପୋଲିସକୁ ପିଶାଚୀ ମା’ କହିଲା ପୂରା କାହାଣୀ ।

ଝିଅ ତୁଳାବାଇ ଖରାଛୁଟିରେ ହଷ୍ଟେଲରୁ ଘରକୁ ଆସିଥିଲେ । ଆଉ ବାପା ଲକ୍ଷ୍ମୀଧର ସନ୍ଧ୍ୟାରେ ପିଲାଛୁଆଙ୍କ ପାଇଁ ଘରକୁ ପକୁଡ଼ି ଆଣିଥିଲେ । ହେଲେ ଝିଅ ଅଧିକ ପକୁଡ଼ି ମାଗିବାରୁ ରାଗିଯାଇଥିଲେ ମା’ ତ୍ରିବେଣୀ । ଆଉ ପାଖରେ ଥିବା ଠେଙ୍ଗାରେ ଝିଅର ମୁଣ୍ଡକୁ ପିଟି ପିଟି ମାରିଦେଲା । ଘରେ ସମସ୍ତଙ୍କୁ ଝିଅ ସୌଚ ହେବାକୁ ଯାଇଥିବା କହି ପ୍ରମାଣ ନଷ୍ଟ କରିବାକୁ ପାଖ ନାଳରେ ଶବକୁ ପୋଡ଼ି ଫିଙ୍ଗିଦେଇଥିଲେ ମା’ ତ୍ରିବେଣୀ । ହେଲେ ଗାଁ ଲୋକେ ଏବଂ ପୋଲିସର ସନ୍ଧାନୀ କୁକୁରଙ୍କ ସହାୟତାରେ ବଡ଼ ଖୁଲାସା କଲା ରାଇଘର ପୋଲିସ ।

ରାଇଘର ଥାନା ପୋଲିସ ପିଶାଚୀ ମାକୁ ଆଇନ ହାତରୁ ଖସି ଯିବା ପୂର୍ବରୁ ଜେଲକୁ ପଠାଇବାରେ ସଫଳ ହୋଇଛନ୍ତି । କେମିତି ଏ ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ ସେନେଇ ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।