ରାଜ୍ୟ ସ୍ପେଶାଲ ରିପୋର୍ଟ

ନୟାପଲ୍ଲୀରେ ଖୋଲିଲା ରୁଚି ଷ୍ଟୋର, ଭୁବନେଶ୍ୱରରେ ଫ୍ରୋଜିଟ୍‌ର ଏହା ୪ର୍ଥ ଆଉଟ୍‌ଲେଟ୍‌

ଭୁବନେଶ୍ୱର ୧୫।୧୧: ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼ଲାଇନ୍ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ତଥା ଅନନ୍ୟ ଫ୍ରୋଜନ ଫୁଡ୍ସଉଦ୍ୟୋଗର ଏକ ନୂଆ ଆଉଟ୍‌ଲେଟ୍‌ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରିଛନ୍ତି ହକି ଇଣ୍ଡିଆର ସଭାପତି ତଥା ପୂର୍ବତନ ଅର୍ନ୍ତଜାତୀୟ କିମ୍ବଦନ୍ତୀ ହକି ଖେଳାଳୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସମ୍ମାନୀତ ଅତିଥି ଭାବେଯୋଗ ଦେଉଥିଲେ ରୁଚି ଫୁଡ଼ଲାଇନ୍‌ର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ, ବିଶିଷ୍ଟ ସମାଜସେବୀ ତଥା ରୁଚି ଫୁଡ଼ଲାଇନ୍‌ରେ ସ୍ୱାଧୀନ ନିର୍ଦ୍ଦେଶକ ଡ଼.ସୌରେନ୍ଦ୍ର ମହାପାତ୍ର ।

ତେବେ ଏହି ଆଉଟଲେଟର ଓଡ଼ିଶାରେ ଫ୍ରୋଜିଟ୍‌ର ୧୪ ତମ ତଥା ଭୁବନେଶ୍ୱର ସହରର ୪ର୍ଥ ଆଉଟ୍‌ଲେଟ । ଏହି ଆଉଟ୍‌ଲେଟର ସତ୍ତ୍ୱାଧିକାରୀ ସୁଚିସ୍ମିତା ଦାସ ଶ୍ରୀତିର୍କୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଫ୍ରୋଜିଟ୍ ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ଶ୍ରୀମତୀସାହୁ । ନୟାପଲ୍ଲୀ ସ୍ଥିତ ଫ୍ରୋଜିଟ୍ ଆଉଟ୍‌ଲେଟ୍‌ ଠାରେ ବିଭିନ୍ନ ପ୍ରକାର ଫ୍ରୋଜନ୍‌ ଫୁଡ୍ସ, ରେଡ଼ି-ଟୁ-ଇଟ୍‌, ରେଡ଼ି-ଟୁ-କୁକ୍‌, ସ୍ୱାସ୍ଥ୍ୟପଯୋଗୀ ଜିନିଷ, ପ୍ରିମିୟମ୍ ପ୍ରଡ଼କଟ୍ସ, ମୃଦୁପାନୀୟ, ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ରହିଛି । ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ସମାଜ ଓ ଯୁବପୀଢିମାନଙ୍କର ଚାହିଦାକୁ ଦେଖି ଫ୍ରୋଜିଟ୍‌ ଭେଜ୍‌ ବିରିୟାନୀ, ନନ୍‌ଭେଜ୍‌ ବିରିୟାନୀ, ଘି-ମଟନ୍‌, ପାସ୍ତା, ପିଜା, ବର୍ଗର, ସ୍ୱାଣ୍ଡୱିଚ୍‌, ଲଚ୍ଛାପରଟା, ପନିର, ମସରୁମ୍‌, ଡ଼ାଲଫ୍ରାଏ ଆଦି ସ୍ୱତନ୍ତ୍ର ଖାଦ୍ୟ ବିଭିନ୍ନ ଗ୍ରାହକମାନଙ୍କୁ ଆଉଟ୍‌ଲେଟରେ ପରିବେଷଣ କରିବା ସହ ଓଡ଼ିଶାର ପାରମ୍ପରିକ ପିଠା ଓ ଖୀରୀ ମଧ୍ୟ ଉପଲବ୍ଧ କରାଇପାରିଛି ।

ଉଦ୍‌ଘାଟନ ଅଫର ଭାବେ ଫ୍ଲାଟ୍ ୧୦ ପ୍ରତିଶତ ରିହାତି ନଭେମ୍ବର ୧୪ ତାରିଖରୁ ଡ଼ିସେମ୍ବର ୧ତାରିଖ ଯାଏ ଖାଉଟି ମାନେ ପାଇପାରିବେ । ଓଡ଼ିଶାର ପ୍ରଥମ ଫ୍ରୋଜନ ଫୁଡ୍ସ କମ୍ପାନୀ ଫ୍ରୋଜିଟ୍‌ର ବିଭିନ୍ନ ଖାଦ୍ୟର ପ୍ରଶଂସା କରିବା ସହ ଏହା ଆମ ରାଜ୍ୟର ଗର୍ବ ଓ ଗୌରବ ବୋଲି ପ୍ରଶଂସା କରିଥିଲେ ଶ୍ରୀ ତିର୍କୀ । ଆଗାମୀ ଦିନରେ ଏହା ସମସ୍ତଙ୍କର ଲୋକପ୍ରିୟ ହୋଇପାରିବ ବୋଲି ସେ ଆଶବ୍ୟକ୍ତ କରିଥିଲେ ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଫ୍ରୋଜିଟ୍ ପକ୍ଷରୁ ଶିଳ୍ପାଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଦେବଶ୍ମିତା ମିଶ୍ର, ସାଗ୍‌ନିକା ମହାପାତ୍ର ଏବଂ ଅଂଶୁମାନ ପତି । ହ୍ୱାଇଟ କାନଭାସ୍‌ ଟିମ୍‌ର କର୍ମକର୍ତ୍ତାମାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।