ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କ ହେଉଛି ଦୁନିଆର ସବୁଠୁ ମହଙ୍ଗା ସହର, ଭାରତର ଏହି ୩ ସହର ଲିଷ୍ଟରେ ସାମିଲ୍

ନୂଆଦିଲ୍ଲୀ, ୨/୧୨: ନ୍ୟୁୟର୍କ ଦୁନିଆର ଏଭଳି ଏକ ସହର, ଯାହା ବିଷୟରେ କୁହାଯାଏ ଯେ ‘ସହର ଯାହା କେବେ ଶୁଏ ନାହିଁ’। ଅବଶ୍ୟ ଆମେରିକାର କେବଳ ଏହି ସହରର ନାଁ ହିଁ ପ୍ରସିଦ୍ଧ ନୁହେଁ। ୨୦୨୨ର ଦୁନିଆର ସବୁଠୁ ମହଙ୍ଗା ସହର ତାଲିକାରେ ଅନୁଯାୟୀ ଏହା ଦୁନିଆର ସବୁଠୁ ମହଙ୍ଗା ସହର। ଏହା ସହ ମିଳିତ ଭାବରେ ସିଙ୍ଗାପୁର ମଧ୍ୟ ଲିଷ୍ଟରେ ସମାନ ସ୍ଥାନରେ ରହିଛି। ଖାସ୍ କଥା ହେଉଛି ୧୭୨ ସହରର ଏହି ତାଲିକାରେ ଭାରତର ତିନି ସହର ମଧ୍ୟ ସାମିଲ୍ ରହିଛି।

ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ (ଇଆଇୟୁ) ସର୍ଭେ ଅନୁଯାୟୀ, ଚଳିତ ବର୍ଷ ଦୁନିଆର ବଡ଼ ସହରରେ ହାରହାରି ଖର୍ଚ୍ଚରେ ୮.୧ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବୃଦ୍ଧି ପଛରେ ୟୁକ୍ରେନ ଯୁଦ୍ଧ ଏବଂ କୋଭିଡ-୧୯ ମହାମାରୀ ପ୍ରଭାବ ବଡ଼ କାରଣ। ଆମେରିକାରେ ଦରବୃଦ୍ଧି ମଧ୍ୟ ବଡ଼ କାରଣ ଅଟେ। ଫଳରେ ନ୍ୟୁୟର୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଖାସ୍ କଥା ହେଉଛି ଏହା ପ୍ରଥମ ଥର ଯେତେବେଳେ ନ୍ୟୁୟର୍କ ଟପ୍‌ରେ ରହିଛି। ଗତ ବର୍ଷ ପ୍ରଥମ ସ୍ଥାନରେ ତେଲ ଅବୀବ ଥିଲା, ଯାହା ଏବେ ତୃତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଆମେରିକାର ଲସ ଆଞ୍ଜେଲସ୍ ଏବଂ ସାନ୍ ଫ୍ରାନ୍ସିସକୋ ମଧ୍ୟ ଟପ୍‌ ୧୦ ରେ ସାମିଲ୍ ହୋଇଛି।

୧୭୨ ଦେଶ ମଧ୍ୟରେ ଭାରତର ତିନି ବଡ଼ ସହର ସ୍ଥାନ ପାଇଛନ୍ତି। ଏଥିରେ କର୍ଣ୍ଣାଟକର ବେଙ୍ଗାଲୁରୁ, ତାମିଲନାଡୁ ରାଜଧାନୀ ଚେନ୍ନାଇ ଏବଂ ଗୁଜରାଟର ଅହମଦାବାଦ ନାମ ରହିଛି।

୨୦୨୨ ର ୧୦ ସବୁଠୁ ମହଙ୍ଗା ସହର

ନ୍ୟୁୟର୍କ ଏବଂ ସିଙ୍ଗାପୁର

ତେଲ ଅବୀବ

ହଂକଂ

ଲସ୍ ଆଞ୍ଜେଲସ୍

ଜ୍ୟୁରିଖ

ଜେନିଭା

ସାନ୍ ଫ୍ରାନ୍ସିସକୋ

ପ୍ୟାରିସ୍

ସିଡନୀ

କୋପେନହେଗନ ସହର ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ