ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କ ବେବି ପାଉଡର ମାମଲା: ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି Johnson & Johnsonକୁ କୋର୍ଟଙ୍କ ନିର୍ଦ୍ଦେଶ

ନ୍ୟୁୟର୍କ : ବ୍ରୁକଲିନର ଜନୈକ ମହିଳା ଡୋନା ଓଲସନ (୬୭) ଓ ତାଙ୍କ ସ୍ୱାମୀ ରବର୍ଟ ଓଲସନ (୬୫) ଙ୍କୁ ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନ୍ୟୁୟର୍କ କୋର୍ଟ ଜନସନ୍ ଏଣ୍ଡ ଜନସନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେବି ପାଉଡରରେ ଆଜବେଷ୍ଟସ୍‌ର ଉପସ୍ଥିତି ଲାଗି ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରି ଜନସନ୍‌ଏଣ୍ଡ ଜନସନ୍‌ଙ୍କ ବିରୋଧରେ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।

ମାମଲାରେ କୋର୍ଟ ଦମ୍ପତ୍ତିଙ୍କୁ ସେମାନଙ୍କ କ୍ଷତି ଲାଗି ୩୨୫ ନିୟୁତ ଡଲାର କ୍ଷତିପୂରଣ ଦେବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମାନହଟ୍ଟନ ସୁପ୍ରିମକୋର୍ଟ ଦୀର୍ଘ ୧୪ ସପ୍ତାହର ଶୁଣାଣି କରି ମେ ୨୦୧୯ରେ କ୍ଷତିପୂରଣ ରାଶିକୁ ହ୍ରାସ କରିଦେଇଥିଲେ। ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍‌ ଗେରାଲ୍ଡ ଲେବୋଭିଟସ୍‌ ଗତ ନଭେମ୍ବର ୧୧ ତାରିଖରେ ଚୂଡ଼ାନ୍ତ ରାୟ ଦେଇଥିଲେ। ଏଥିରେ ଓଲସନ ଦମ୍ପତ୍ତିଙ୍କ କ୍ଷତିକୁ ବିଚାରପତି ବହୁତ ଅଧିକ ବୋଲି ଉଲ୍ଲେଖ କରିଥିବା ବେଳେ ଏଥିଲାଗି ସେମାନେ ହୁଏତ ୧୨୦ ନିୟୁତ ଡଲାର ଗ୍ରହଣ କରିପାରନ୍ତି କିମ୍ବା ଅଧିକ ରାଶି ନିମନ୍ତେ ନୂଆ ଆବେଦନ କରିପାରନ୍ତି ବୋଲି କହିଥିଲେ।

ମାମଲାରେ କୋର୍ଟ ବୁଧବାର ସର୍ବନିମ୍ନ ପୈଠ ଧାର୍ଯ୍ୟ କରିଛନ୍ତି। କୋର୍ଟଙ୍କ ରେକର୍ଡ ମୁତାବକ ଏଥିରେ କ୍ଷତିପୂରଣ ବାବଦକୁ ୧୫ ନିୟୁତ ଡଲାର, ଦଣ୍ଡ ବାବଦକୁ ୧୦୫ ନିୟୁତ ଡଲାର ଏବଂ ମୂଳ ଦଣ୍ଡ ବାବଦକୁ ଯଥାକ୍ରମେ ୨୫ ନିୟୁତ ଓ ୩୦୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ରହିଛି। ତେବେ କ୍ଷତିପୂରଣକୁ ନେଇ କୋର୍ଟଙ୍କ ରାୟରେ ଗୁରୁତର ଆଇନଗତ ଓ ସ୍ପଷ୍ଟିକରଣ ଜନିତ ତ୍ରୁଟି ରହିଛି ଓ ଏହା ବିରୋଧରେ ଜନସନ ଏଣ୍ଡ ଜନସନ୍‌ ଆବେଦନ କରିବେ ବୋଲି କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ