ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ନ୍ୟୁୟର୍କ ଟାଇମ୍ସ’ରେ ‘ମନ୍‌ କୀ ବାତ୍‌’କୁ ପ୍ରଶଂସା

ନ୍ୟୁୟର୍କ : ସାମାଜିକ ଗଣମାଧ୍ୟମ ଟ୍ବିଟରରେ ୮୯.୫ ନିୟୁତ ଅନୁଗାମୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ବର ସବୁଠୁ ଲୋକପ୍ରିୟ ନେତା। ତେବେ ତାଙ୍କ ଲୋକପ୍ରିୟତାର ରହସ୍ୟ କ’ଣ ଜାଣନ୍ତି କି? ନ୍ୟୁୟର୍କ ଟାଇମ୍ସର ସ୍ତମ୍ଭକାର ମୁଜିବ ମାସାଲଙ୍କ ମତରେ ମୋଦୀଙ୍କ ଲୋକପ୍ରିୟତା ପଛରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ବଳିଷ୍ଠ ଭୂମିକା ରହିଛି। ଏହାହିଁ ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ଖୋରାକ ଯୋଗାଇଥାଏ।

ପ୍ରତିମାସରେ ମୋଦୀ ମନ୍ କୀ ବାତ୍‌ରେ ଯେଉଁ ଭାଷଣ ଦିଅନ୍ତି, ତାହା ସାରା ଦେଶକୁ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଥାଏ। ସେଥିରେ ସ୍ଥାନୀୟ ଲୋକଙ୍କୁ ଦେଶ ସହ ଓ ବିଶ୍ବ ସହ ଯୋଡ଼ିବାକୁ ଚେଷ୍ଟା କରନ୍ତି ମୋଦୀ। ସେଥିରେ ଦେଶରେ ଘଟୁଥିବା ସମସ୍ତ ଛୋଟବଡ଼ ସକାରାତ୍ମକ ଘଟଣା, ସମସ୍ୟା ଓ ତା’ର ସମାଧାନ ଏବଂ ଭୌତିକ ଓ ଆଧ୍ୟାତ୍ମିକ ବିଷୟ ସ୍ଥାନ ପାଇଥାଏ।

ମୋଦୀ ବିଶ୍ବର ବୃହତ୍ତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ବୋଲି ଲୋକପ୍ରିୟ ନୁହନ୍ତି କିମ୍ବା ସେ ଏତେ ଦେଶ ବୁଲୁଛନ୍ତି ବୋଲି ଲୋକପ୍ରିୟ ନୁହନ୍ତି। ସେ ଆମ ଉପରେ, ଭାରତୀୟଙ୍କ ଉପରେ ଯେଉଁ ପ୍ରଭାବ ପକାଇବାର ସାମର୍ଥ୍ୟ ରଖୁଛନ୍ତି ଏବଂ ସେ ଯେଉଁ ନୀତି ଆପଣଉଛନ୍ତି, ଯାହା ତାଙ୍କ ଲିଗାସୀର କଥା କହୁଛି, ସେଥିପାଇଁ ସେ ଲୋକପ୍ରିୟ।

ପ୍ରତିମାସରେ ରେଡିଓ କାର୍ଯ୍ୟକ୍ରମ ଅବସରରେ ମୋଦୀ ଷ୍ଟୁଡିଓକୁ ଯାଇ ମାଇକ୍ରୋଫୋନ୍ ପାଖରେ ବସି ‘ମୋର ପ୍ରିୟ ଦେଶବାସୀ…’ରୁ ତାଙ୍କର ଭାଷଣ ଆରମ୍ଭ କରନ୍ତି। ଏଯାବତ୍ ୧୦୦ରୁ ଅଧିକ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସେ ଭାଷଣ ଦେଇ ସାରିଲେଣି। ୩୦ ମିନିଟର ଭାଷଣ ଭିତରେ ସେ ଏକସମୟରେ ବିଶାଳ ଦେଶରେ ସର୍ବତ୍ର ତାଙ୍କର ଉପସ୍ଥିତି ଜାହିର କରନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ସେ ଜଣେ ପ୍ରିୟ ଶିକ୍ଷକ ଓ ସହୃଦୟ ବନ୍ଧୁର ଭୂମିକା ନିର୍ବାହ କରନ୍ତି। ପାଠପଢ଼ା ଲାଗି ମାନସିକ ଚାପଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଚାପ ଦୂର କରିବା ଲାଗି ସେ ପ୍ରେରଣା ଦିଅନ୍ତି। ଜଳ ସଂରକ୍ଷଣ, ପରିବେଶ ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ସେ ସଚେତନତା ସୃଷ୍ଟି କରନ୍ତି। ଏହାପରେ ତାଙ୍କ ଦଳର ସାମାଜିକ ଗଣମାଧ୍ୟମ ଶାଖା ପକ୍ଷରୁ ‌ମୋଦୀଙ୍କ ଭାଷଣର ସାରାଂଶକୁ ନେଇ ଟେକ୍ଟ ସହ ଛୋଟ ଛୋଟ ଅଡିଓ-ଭିଡ଼ିଓ କ୍ଲିପ୍ ତିଆରି କରି ଗଣମାଧ୍ୟମରେ ଛାଡ଼ି ଦିଆଯାଏ।

ଭାରତର ତୃଣମୂଳ ସ୍ତର ପର୍ଯ୍ୟନ୍ତ ମୋଦୀଙ୍କ ବିଶେଷ ଜ୍ଞାନ ରହିଛି। ଏହା ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଥାଏ। ତା’ଛଡ଼ା ତାଙ୍କ ସରକାରଙ୍କର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ବିଷୟରେ ବି ସେ ଲୋକଙ୍କୁ ଭଲଭାବେ ବୁଝାଇଦେଇପାରନ୍ତି। ଯେକୌଣସି ବାର୍ତ୍ତାକୁ ଭାଇରାଲ କରିବାର କ୍ଷମତା ତାଙ୍କର ରହିଛି ବୋଲି ମାସାଲ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ