ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କରେ ମୋଦୀ : ଆରମ୍ଭ ହେଲା ୪ ଦିନିଆ ଆମେରିକା ଗସ୍ତ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪ ଦିନିଆ ଐତିହାସିକ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ମୋଦୀ ନୂଆଦିଲ୍ଲୀରୁ ଆମେରିକାକୁ ଉଡ଼ାଣ ଆରମ୍ଭ କରିଥିଲେ ଏବଂ ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ଜନ୍‌ ଏଫ୍‌ କେନେଡ଼ି ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଆମେରିକାକୁ ମୋଦୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ ଥିବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜୁନ୍‌ ୨୧ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ମୋଦୀ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେ‌ବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।

ମୋଦୀ ତାଙ୍କ ଗସ୍ତ ଅବସରରେ ଟେସଲା ସିଇଓ ଏଲ୍‌ନ ମସ୍କଙ୍କୁ ନ୍ୟୁୟର୍କରେ ଭେଟିବେ। ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ଏହା ସହିତ ପ୍ରଧାମନ୍ତ୍ରୀ ପ୍ରମୁଖ ବ୍ୟବସାୟୀ ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ମୋଦୀ ହ୍ବାଇଟ୍‌ ହାଉସ୍‌ରେ ରାତ୍ରୀଭୋଜନ କରିବେ। ନ୍ୟୁୟର୍କରେ ମୋଦୀ ନୋବେଲ୍‌ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ସ୍କଲାର, ଉଦ୍ୟୋଗୀ, ଶିକ୍ଷାବିତ୍‌ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ମୋଟ୍‌ ୨୪ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭେଟିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ