ଦେଶ ବିଦେଶ ସ୍ୱାସ୍ଥ୍ୟ

ନ୍ୟୁୟର୍କରେ କୋଭିଡ କଟକଣା କଡ଼ାକଡ଼ି

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହରରେ କୋଭିଡ୍‌ ସଂକ୍ରମଣ ପୁଣି ଉଦ୍‌ବେଗଜନକ ଭାବେ ବଢ଼ୁଛି। ଆମେରିକାରେ କୋଭିଡ୍‌ ଷଷ୍ଠ ଲହରର ସଙ୍କେତ ମିଳିସାରିଥିବାରୁ ସବୁ ଅଂଚଳରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଗତକାଲିଠାରୁ ନ୍ୟୁୟର୍କ ସହରରେ କଟକଣା କଡ଼ାକଡ଼ି କରାଯାଇଛି। ନାଗରିକମାନଙ୍କୁ ପୂର୍ବଭଳି ସମସ୍ତ ସତର୍କତା ପଦକ୍ଷେପ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସମସ୍ତ ସାର୍ବଜନୀନ ସ୍ଥାନରେ ମାସ୍କ୍‌ ବ୍ୟବହାର କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ନିର୍ଦେଶ ଦିଆଯାଇଛି। ଗତକାଲି ପ୍ରକାଶିତ ତଥ୍ୟ ଅନୁଯାୟୀ ନ୍ୟୁୟର୍କ ସିଟିର ସାପ୍ତାହିକ ସଂକ୍ରମଣ ୫.୧୮ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକାରେ ଦୈନିକ କୋଭିଡ ମାମଲା ଏପ୍ରିଲ୍ ଆରମ୍ଭରୁ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ