ରାଜ୍ୟ ସ୍ପେଶାଲ ରିପୋର୍ଟ

‘ନ୍ୟୁରୋଫାଇବ୍ରୋମା’ ବିକୃତ କରି ଦେଲା ଚେହେରା: ଝୁଲି ପଡ଼ିଛି ମୁହଁ, ଯନ୍ତ୍ରଣା ଦେଉଛି ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମୁହଁ ପେଟ ପର୍ଯ୍ୟନ୍ତ ଏବଂ ନାକ, ଗାଲ ଫୁଲି ପାଟି ପର୍ଯ୍ୟନ୍ତ ଝୁଲି ପଡ଼ିଛି। ମାଂସ ଏଭଳି ବଢ଼ିଛି ଯେ ଆଖି ଦେଖାଯାଉ ନାହିଁ। ଗୋଟିଏ ଛୋଟ ଭାତୁଡ଼ି ୪୦ରୁ ଊର୍ଧ୍ବ ବର୍ଷ ଧରି ଅନୁଗୁଳ ଜିଲ୍ଲା ଜରଡ଼ା ଗାଁର କୁଶଧ୍ବଜ ସିଂ(୪୬)ଙ୍କ ଚେହେରାକୁ ଏଭଳି ବିକୃତ କରି ଜୀବନକୁ ଯନ୍ତ୍ରଣାମୟ କରି ଦେଇଛି। ନ୍ୟୁରୋଫାଇବ୍ରୋମା ଜନିତ ଜିନ୍‌ଗତ କାରଣ ଯୋଗୁଁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଦୀର୍ଘ ବର୍ଷ ଧରି ଏଭଳି ସ୍ଥିତିର ସମ୍ମୁଖୀନ ହେବାପରେ ବର୍ତ୍ତମାନ ଏମ୍‌ସ ବର୍ନ ଏବଂ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି ହୋଇଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଏକାଧିକ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଏବଂ ସ୍ବାଭାବିକ ହୋଇ ପାରିବେ ବୋଲି ଆଶା କରାଯାଉଛି।

କୁଶଧ୍ବଜଙ୍କ ସୂଚନା ଅନୁସାରେ, ଜନ୍ମବେଳେ ତାଙ୍କ ମୁହଁର ବାମ ପଟରେ ଛୋଟ ଭାତୁଡ଼ି ହୋଇଥିଲା। ବଡ଼ ହେବା ସହିତ ଭାତୁଡ଼ି ମଧ୍ୟ ବଢ଼ି ଚାଲିଲା ଏବଂ କ୍ରମଶଃ ତାଙ୍କ ଚେହେରାରର ଗୋଟିଏ ପରେ ଗୋଟିଏ ଅଙ୍ଗକୁ ବିକୃତ କରି ଦେଲା। ଏଥିଯୋଗୁଁ ବର୍ତ୍ତମାନ କୁଶଙ୍କ ପାଇଁ ଖାଇବା, ଶୋଇବା ଠାରୁ ଆରମ୍ଭ କରି ସ୍ବାଭାବିକ ଜୀବନ ବଞ୍ଚିବା ଯେମିତି ଅସମ୍ଭବ ହେଉଛି। ପ୍ରତି ମୁହୂର୍ତ୍ତରେ ସେ ଛଟପଟ ହେଉଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ସ୍ନେହରେ ଦୁଇ ପଦ କହିବା ତ ଦୂରର କଥା ପରିବାରରେ ମା’ଙ୍କ ଛଡ଼ା କେହି ତାଙ୍କ ପାଖ ମାଡ଼ନ୍ତି ନାହିଁ। ଯିଏ ଦେଖନ୍ତି ଡରି ଯାଆନ୍ତି ବା ସେହିଭଳି ବ୍ୟବହାର କରନ୍ତି। ତେଣୁ କୁଶ ମଧ୍ୟ ନିଜକୁ ଘର ଚାରିକାନ୍ଥରେ ବାନ୍ଧି ଦେଇଛନ୍ତି। ଅତି ଜରୁରୀ ପଡ଼ିଲେ ମୁହଁ ଲୁଚାଇ ଯାତାୟାତ କରନ୍ତି। କେବଳ ନିଜ ଦୃଢ଼ ମନବଳ ଯୋଗୁଁ ଏହି ଦୁଃସ୍ଥିତି ସହିତ ପ୍ରତିଦିନ ଲଢ଼େଇ କରୁଛନ୍ତି।

ଚିକିତ୍ସା ପାଇଁ ସେ ପ୍ରାୟ ୨୦ ବର୍ଷ ପୂର୍ବରୁ କଟକ ଏସ୍‌ସିବି ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଅର୍ଥଭାବରୁ ଫେରି ଆସିଥିଲେ। ତା’ପରେ କେବେ ମଧ୍ୟ କୌଣସି ଡାକ୍ତରଖାନାଙ୍କ ଦୁଆର ମାଡ଼ିନଥିବା ଜଣାଇଛନ୍ତି। ବିଭିନ୍ନ ସମୟରେ ଗଣମାଧ୍ୟମରେ ତାଙ୍କର ଏଭଳି ରିପୋର୍ଟ ପ୍ରକାଶିତ ହେବା ପରେ କିଛି ସ୍ବେଚ୍ଛାସେବୀ ସହାୟତା ପାଇଁ ଆଗେଇ ଆସିଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ। ବାଙ୍ଗାଲୋରସ୍ଥିତ ଏକ ପ୍ରତିଷ୍ଠାନରେ ତାଙ୍କ ଚିକିତ୍ସା ପାଇଁ ଯୋଗାଯୋଗ କରାଯାଇଥିଲା। ମାତ୍ର ବିଭିନ୍ନ କାରଣରୁ ସେଥିରେ ମଧ୍ୟ ବିଶେଷ ଅଗ୍ରଗତି ହେଲା ନାହିଁ। କୁଶଙ୍କ ସମ୍ପର୍କରେ ଜାଣିପାରି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ଯୁବ ସାମ୍ବାଦିକ ବିଶ୍ବଜିତ ପରିଡ଼ା ଏବଂ ସମାଜସେବୀ ସନ୍ଦୀପ ମହାପାତ୍ର ସହଯୋଗର ହାତ ବଢ଼ା‌ଇଥିଲେ। କୁଶଙ୍କୁ ଜରଡ଼ା ଗାଁରୁ ଭୁବନେଶ୍ବର ଅଣାଯାଇ ଏମ୍‌ସରେ ଭର୍ତ୍ତି କରାଯାଇଛି। ପରିବାରରେ ମା’ଙ୍କ ଛଡ଼ା କେହି ନଥିବାରୁ ବିଶ୍ବଜିତ ଏବଂ ସନ୍ଦୀପ ତାଙ୍କ ଯତ୍ନ ନେଉଛନ୍ତି। ରାସନ କାର୍ଡଧାରୀଙ୍କ ପାଇଁ ଏମ୍‌ସରେ ମାଗଣା ଚିକିତ୍ସା ବ୍ୟବସ୍ଥା ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଶଙ୍କ ଚିକିତ୍ସାରେ କୌଣସି ଖର୍ଚ୍ଚ ହୋଇନାହିଁ। ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କାର୍ଯ୍ୟରେ ଲାଗିଥିବା ଜଣାଇଛନ୍ତି। ଏମ୍‌ସ ବର୍ନ ଏବଂ ପ୍ଲାଷ୍ଟିକ ସର୍ଜରି ବିଭାଗ କୁଶଙ୍କୁ ସ୍ବାଭାବିକ ଜୀବନ ଦେବାରେ ସଫଳ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।