ଖେଳ ଦେଶ ବିଦେଶ

ନ୍ୟୁଜିଲାଣ୍ଡକୁ ବଡ ଝଟକା ! ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆହତ ହେଲେ ଷ୍ଟାର ବ୍ୟାଟସମ୍ୟାନ୍

ଭୁବନେଶ୍ୱର ୨୮/୧୦: ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ । ୫ ଓ୍ୱିକେଟରେ ପାକିସ୍ତାନ କିଓ୍ୱି ଟିମ୍‌କୁ ପରାସ୍ତ କରିଛି । ଦଳ ଆସନ୍ତା ୩୧ ତାରିଖରେ ଭାରତକୁ ଭେଟିବ । ଭାରତ ମଧ୍ୟ ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଛି । ଏହି କାରଣରୁ ଆଗାମୀ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ପାଇଁ ଏକ ଖରାପ ଖବର ଆସିଛି । ଦଳର ଷ୍ଟାର ବ୍ୟାଟସମ୍ୟାନ୍ ମାର୍ଟିନ ଗୁପ୍ଟିଲ ମଙ୍ଗଳବାର ପାକ୍ ବିପକ୍ଷ ମୁକାବିଲାରେ ଆହତ ହୋଇଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି ।

ଏହାପୂର୍ବରୁ ଦଳର ଦ୍ରୁତ ବୋଲର ଲକି ଫର୍ଗ୍ୟୁସନ୍ ମାଂସପେଶୀ ଆଘାତ ପାଇଁ ବିଶ୍ୱକପରୁ ବାଦ୍ ପଡିଛନ୍ତି । ଫର୍ଗ୍ୟୁସନ୍ ବାଦ୍ ପଡିବା ପରେ ଆଡାମ ମିଲନେଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ ଆଇସିସି ଦ୍ୱାରା ବିଳମ୍ବରେ ଖେଳାଳି ଅଦଳବଦଳିକୁ ମଞ୍ଜୁରି ମିଳିଥିଲା । ତେଣୁ ସେ ପାକ୍ ବିପକ୍ଷ ମ୍ୟାଚ୍ ଖେଳି ପାରିନଥିଲେ ।
ଗୁପ୍ଟିଲଙ୍କୁ ନେଇ ଦଳର ମୁଖ୍ୟ କୋଚ୍ ଗେରୀ ଷ୍ଟଡି କହିଛନ୍ତି ଯେ, ଗୁପ୍ଟିଲ କିପରି ଅନୁଭବ କରୁଛନ୍ତି ତାକୁ ନଜରରେ ରଖାଯାଇଛି । ଖେଳିବା ସମୟରେ ସେ ସାମାନ୍ୟ ଅସହଜ ଲାଗୁଥିଲେ । ୪୮ ଘଣ୍ଟା ପାଇଁ ତାଙ୍କୁ ନଜରରେ ରଖାଯାଇଛି । ତେବେ ତାଙ୍କ ଦଳ ହାରିବା ସତ୍ତ୍ୱେ ପାକିସ୍ତାନ ବିପକ୍ଷରେ କଡା ମୁକାବିଲା କରିଥିବା କାରଣରୁ ସେ ଖୁସି ଥିବା କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ