ଅପରାଧ ରାଜ୍ୟ

ନ୍ୟାୟ ପାଇଁ ଓଡ଼ିଶା ଆସିଥିଲେ ଯୁବତୀ; ବିବାହ ପ୍ରତିଶୃତି ଦେଇ ୧୪ ବର୍ଷ ସମ୍ପର୍କ ରଖିଥିଲେ ବିବାହିତ ବ୍ୟକ୍ତି

ବଲାଙ୍ଗୀର ୧୫/୦୯: ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ। କିନ୍ତୁ ଯୁବତୀଙ୍କୁ ବାହା ହେଲେନି। ଫଳରେ ଯୁବତୀ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ। ପ୍ରେମିକାଙ୍କ ଦୁଃଖ ବୁଝିବା ବଦଳରେ ତାଙ୍କୁ ଗାଳିଗୁଲଜକରି ପ୍ରେମିକ ଜଣଙ୍କ ତାଙ୍କ ଘରୁ ତଡ଼ିଦେଇଛନ୍ତି। ପ୍ରେମିକାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ବଲାଙ୍ଗୀରର ମାଲପଡ଼ାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।

ଖବର ଅନୁସାରେ, ଏମଡି ଆଜମ ମଲିକ ନାମକ ବ୍ୟକ୍ତି ଜଣେ ବିହାର୍‌ର ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହିତ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ତାଙ୍କ ସହିତ କଥା ବାର୍ତ୍ତା ନକରି ସେ ତାଙ୍କୁ ଅନ୍ୟ କେଉଁଠି ବାହାହେବାକୁ କହୁଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ଏବେ ଆଜମ ଫୋଜିଙ୍କୁ ହଇରାଣ କରିବା ସହିତ ଅସୁବିଧାରେ ପକାଉଛନ୍ତି ବୋସି ତାଙ୍କ ପରିବାର ଲୋକ କହିଛନ୍ତି।

ଖବର ଅନୁସାରେ ଫୌଜୀ ତାଙ୍କ ମାଆ ଓ ଭିଣୋଇଙ୍କ ସହିତ ଆଜମକୁ ଦେଖାକରି ସମାଧାନ ପାଇଁ ବଲାଙ୍ଗୀର ଆସିଥିଲେ। ଆଜମ ଦୋକାନ ବନ୍ଦ କରି ମା ଝିଅଙ୍କ ନାଁରେ ମିଛରେ ପୋଲିସ ପାଖରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଫୌଜୀର ସବୁ ପ୍ରମାଣ ଦେଖିବା ପରେ ତାଙ୍କୁ ଛାଡ଼ିବା ସହ ପାଟଣାରେ ଆଜମ ନାଁ ରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଛି l ଗୁରୁବାର ଦିନ ତମାମ ଆଜମଙ୍କ ଘର ଆଗରେ ତାଙ୍କୁ ଡାକି ସମାଧାନ ପାଇଁ ଚେଷ୍ଟା କରିଥିଲେ ଯୁବତୀ ଓ ତାଙ୍କ ପରିବାର ଚେଷ୍ଠା କରିଥିଲ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଯୁବତୀ ଓ ତାଙ୍କ ପରିବାର ବିହାର ଯାଇ ସେଠାରେ ମାମଲା ରୁଜୁ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁବତୀଙ୍କ ପରିବାର ବିହାର ଯିବାବେଳେ ଆଜମଙ୍କ ଭାଇ ଓ ପୁଅ ଷ୍ଟେସନକୁ ଆସି କଥାବାର୍ତ୍ତା କରି କିଛି ଜିନିଷ ଦେବା ସହିତ ଝଗଡ଼ା କରୁଥିବା ଦେଖିବାକୁ ମିଳିଛିl

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।