ଅପରାଧ ରାଜ୍ୟ

ନ୍ୟାୟ ତ ମିଳିଲାନି, ଏବେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ…

ଯାଜପୁର ୦୯।୦୫ : ନ୍ୟାୟ ତ ମିଳିଲାନି, ଏବେ ମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ । ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପିହୁର ମା’ ମୋନାଲିସା। ଅସହାୟ ମା’ ନିଜ ସନ୍ତାନକୁ ହରାଇବା ଦୁଃଖ ସହିନପାରି ଶେଷରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।

ପିହୁ ନିଖୋଜ ଘଟଣାକୁ ଇତିମଧ୍ୟରେ ୨ବର୍ଷ ବିତିବାକୁ ବସିଲାଣି । ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, କ୍ରାଇମବ୍ରାଞ୍ଚ୍‌, ଶିଶୁ କମିଶନର, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ ବି ଝିଅର କୌଣସି ପତ୍ତା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଯାଜପୁର ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକ ଓ ଲକ୍ଷ୍ମଣ ନାୟକଙ୍କ ଝିଅ ପିହୁ ୨୦୨୦ ଅଗଷ୍ଟ ୯ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ସେତେବେଳେ ପିହୁକୁ ୨ବର୍ଷ ବୟସ ହୋଇଥିଲା । ପିହୁକୁ କେହି ଅପହରଣ କରିନେଇଥିବା ନେଇ ମା’ ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାରେ କୌଣସି ମାମଲା ରୁଜୁ କରାଗଲା ନାହିଁ । ବାରମ୍ବାର ଥାନାକୁ ଦୌଡ଼ିବାରୁ ସେହି ମାସ ୧୪ ତାରିଖରେ ବିଞ୍ଝାରପୁର ଥାନାରେ କେସ୍‌ ନଂ ୨୨୮/୨୦ରେ ଏକ ନିଖୋଜ ମାମଲା ରୁଜୁ କରାଗଲା । ହେଲେ ତଦନ୍ତ କରାଗଲା ନାହିଁ ।

ନ୍ୟାୟ ନ ପାଇ ପିହୁର ମା’ ମୋନାଲିସା ଯାଜପୁର ଏସ୍‌ପି, ଜିଲ୍ଲାପାଳ, କ୍ରାଇମବ୍ରାଞ୍ଚ, ପୁଲିସ ଡିଜି, ରାଜ୍ୟ ମହିଳା ଓ ଶିଶୁ କମିଶନ ଏବଂ ରାଜ୍ୟପାଳଙ୍କ ନିକଟରେ ଗୁହାରି କରି ସାରିଛନ୍ତି । ରାଜ୍ୟର ସମସ୍ତ ନ୍ୟାୟିକ ବ୍ୟବସ୍ଥାରେ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ପିହୁ ସଂପର୍କରେ କୌଣସି ଖବର ମିଳିପାରିଲା ନାହିଁ । ବିଞ୍ଝାରପୁର ପୁଲିସ ପିହୁର ପରିବାରକୁ ନ୍ୟାୟ ଦେବା ବଦଳରେ ବାରମ୍ବାର ଥାନାକୁ ଡାକି ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ମୋନାଲିସା ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।