କଳା ଓ ସଂସ୍କୃତି ଧର୍ମ

ନ୍ୟାୟର ଦେବତା ଶନିଦେବ: ଶନିଙ୍କ ସାଢେସାତୀ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ୱର ୨୧/୧୧ : ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ ଗ୍ରହମାନଙ୍କ ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ। ମାନବ ଜୀବନରେ ଶନି ଗ୍ରହଙ୍କ ପ୍ରଭାବ ଗମ୍ଭୀର ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ସେହି ପାପର ଦଣ୍ଡ ଦେଇଥାନ୍ତି। ବେଳେବେଳେ ଲୋକେ ବୁଝିପାରନ୍ତିନି ଯେ ତାଙ୍କୁ କେଉଁ ପାପର ଦଣ୍ଡ ମିଳୁଛି ବା ସେ କେଉଁ କର୍ମର ଫଳ ଭୋଗୁଛନ୍ତି। ଏଥିପାଇଁ ଶନିଙ୍କ ସାଢେସାତୀର ଦୁଃଷ୍ପ୍ରଭାବରୁ ବଞ୍ଚିବା ପାଇଁ ଜ୍ୟୋତିଷଶାସ୍ତ୍ରରେ କିଛି ଉପାୟ ରହିଛି।

– ଶନି ସାଢେସାତୀ ଉପାୟ – ଶନି ସାଢେସାତୀଙ୍କ ଦୁଃଷ୍ପ୍ରଭାବରୁ ବଞ୍ଚିବା ପାଇଁ ପ୍ରତ୍ୟେକ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ଉପରେ ବସି ଶନି ସ୍ତୋତ୍ର ଏବଂ ଶନି ଚାଳିଶା ପାଠ କରନ୍ତୁ। ଏହାପରେ ଶନିଦେବଙ୍କ ମନ୍ଦିର ଯାଇ ଆଳତି କରନ୍ତୁ।

– ଶନିବାର ସନ୍ଧ୍ୟାରେ କଳା କୁକୁରକୁ କଳା ଚଣା ଖୁଆନ୍ତୁ। ଯଦି ସମ୍ଭବ ହୁଏ ତାହେଲେ ଗରିବଙ୍କୁ ମଧ୍ୟ କଳା ଚଣା ଦାନ କରନ୍ତୁ।

– ଏକ କଳା ରଙ୍ଗର ମାଠିଆରେ ୨ କିଲୋ କଳା ଚଣା କିମ୍ବା କଳା ବିରି ପକାଇ ସେଠି ମାଠିଆକୁ ହାତରେ ଧରି ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ। ଏହାପରେ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ସେହି ମାଠିଆକୁ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ।

– ନିଜ ବାମ ଗୋଡରେ କଳା ସୁତା ବାନ୍ଧନ୍ତୁ। ପ୍ରତ୍ୟେକ ଶନିବାର ଦିନ କଳା ବସ୍ତ୍ର ଦାନ କରନ୍ତୁ। ଯଦି ସମ୍ଭବ ନ ହୁଏ ତାହେଲେ କଳା ରୁମାଲ ମଧ୍ୟ ଦାନ କରିପାରିବେ।

– ଏକ ଗିନାରେ ସୋରିଷ ତେଲ ନେଇ ସେଥିରେ ନିଜ ଛବି ଦେଖନ୍ତୁ। ଏହାପରେ ଶନି ମନ୍ଦିର ଯାଇ ଏହି ତେଲର ଦୀପ ଜଳାନ୍ତୁ। ଏହି ତେଲକୁ ଆପଣ ଦାନ ମଧ୍ୟ କରିପାରିବେ।

– ପ୍ରତିଦିନ ପକ୍ଷୀମାନଙ୍କୁ ୭ ପ୍ରକାଶ ଶସ୍ୟ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ହୁଏ ତାହେଲେ କୁଷ୍ଠ ରୋଗୀଙ୍କ ସେବା କରନ୍ତୁ। କୁଷ୍ଠ ରୋଗୀଙ୍କ ସେବା କଲେ ଖୁବ ଶୀଘ୍ର ଶନିଙ୍କ ସାଢେସାତୀ ପ୍ରକୋପରୁ ରକ୍ଷା ମିଳିଥାଏ ବୋଲି କୁହାଯାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ