ଦେଶ ବିଦେଶ

ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଦେଶରେ ନ୍ୟାୟପାଳିକା‌ ଉପରେ ଚାପ ପ୍ରୟ‌ୋଗ କରାଯାଉଛି। ଏହା ସହିତ ବେଞ୍ଚ୍ ଫିକ୍ସିଂ କରାଯାଉଛି। ଏହି ଅଭିଯୋଗ ନେଇ ଦେଶର ୬୦୦ ଆଇନଜୀବୀ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଡିଓ୍ପାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଦେଶର ନ୍ୟାୟପାଳିକା ସ୍ଥିତି ‌ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ବହୁ ଜଣିଆ ଖଣ୍ଡପୀଠର ରାୟକୁ ପ୍ରଭାବିତ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିବା ସମ୍ପର୍କରେ ଚିଠିରେ ଉଲ୍ଲେଖ କରାଯାଇଛି।ଏଭଳି କାର୍ଯ୍ୟ ଦ୍ବାରା କୋର୍ଟର ଗାରିମା କ୍ଷୁର୍ଣ୍ଣ ହେଉଥିବା ଚିଠିରେ ଦର୍ଶାଯାଇଛି।
ଏଭଳି କରିବା ଯୋଗୁ କୋର୍ଟର ସମ୍ମାନରେ ଆଞ୍ଚ୍ ଆସୁଛି। ଚିଠିରେ ଆଇନଜୀବୀ ହରିଶ ସାଲଭେ, ମନନ କୁମାର ମିଶ୍ର, ଆଦିଶ ଅଗ୍ରୱାଲ, ଚେତନ ମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଜ୍ଜଲା ପାୱାର ଉଦୟ ହୋଲା ଏବଂସ୍ବରୂପମା ଚତୁର୍ବେଦୀ ପ୍ରମୁଖଙ୍କ ସ୍ବାକ୍ଷର ରହିଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ନ୍ୟାୟିକ ପ୍ରଣାଳୀର କାର୍ଯ୍ୟକାରିତା ଉପରେ ହସ୍ତକ୍ଷେପ କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ରାଜନୈତିକ ଦୁର୍ନୀତି ପ୍ରସଙ୍ଗରେ ରାୟକୁ ପ୍ରଭାବିତ କରିବା ଲାଗି ଅଧିକ ଚାପ ପକାଯାଉଥିବା ଚିଠିରେ କୁହାଯାଇଛି।

ଚାପ ପ୍ରୟୋଗ କରୁଥିବା ବ୍ୟକ୍ତିମାନେ ବର୍ତ୍ତମାନର ଘଟଣାଗୁଡ଼ିକ ସହିତ ତୁଳନା କରି ଅଦାଲତର ଏକ ଅନୁମାନିକ ‘ଉତ୍ତମ ଅତୀତ’ ଏବଂ ‘ସୁବର୍ଣ୍ଣ ସମୟ’ ର ମିଥ୍ୟା କାହାଣୀ ସୃଷ୍ଟି କରୁଛନ୍ତି । ଏହା କେବଳ ଉଦ୍ଦେଶ୍ୟମୂଳକ ବିବୃତ୍ତି ଛଡା ଆଉ କିଛି ନୁହେଁ, କୋର୍ଟର ନିଷ୍ପତ୍ତିକୁ ପ୍ରଭାବିତ କରିବା ଏବଂ କିଛି ରାଜନୈତିକ ଲାଭ ପାଇଁ କୋର୍ଟର ଗାରିମାକୁ କ୍ଷୁର୍ଣ୍ଣ କରିବା ଏକ ଲଜ୍ଜାଜନକ କାର୍ଯ୍ୟ। କିଛି ଆଇନଜୀବୀ ରାଜନେତାଙ୍କୁ ରକ୍ଷା କରିବା ଏବଂ ପରେ ରାତିରେ ଗଣମାଧ୍ୟମ ମାଧ୍ୟମରେ ବିଚାରପତିଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ଏକ ସଙ୍କଟ ଜନକ ସ୍ଥିତି ସୃଷ୍ଟି କରୁଛି ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ