ମୁମ୍ବାଇ ୦୧।୦୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନୀରଜ ଏବେ ପୁଣି ଥରେ ନିଜ ରେକର୍ଡ ଭାଙ୍ଗିଛନ୍ତି। ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ସେ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି।
ଷ୍ଟକହୋମରେ ଅନୁଷ୍ଠିତ ସମ୍ମାନଜନକ ଡାଏମଣ୍ଡ ଲିଗରେ ୨୪ ବର୍ଷୀୟ ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୯.୯୪ ମିଟର ଫିଙ୍ଗି ନିଜର ୮୯.୩୦ ମିଟର ରେକର୍ଡ ଭାଙ୍ଗିଛନ୍ତି। ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ, ସେ ୯୦ ମିଟର ମାର୍କରୁ ୬ ସେଣ୍ଟିମିଟର ଦୂରତାରେ ଟିକିଏ ଦୂରରେ ଥିଲେ। ୯୦ମିଟର ଦୂରରେ ସ୍ୱର୍ଣ୍ଣ ପଦକ ପାଇଁ ଥିଲା । କିନ୍ତୁ ନୀରଜଙ୍କୁ କେବଳ ରୌପ୍ୟରେ ହିଁ ରହିଥିଲେ।
ଇଭେଣ୍ଟ ଶେଷ ହେବା ପରେ ନୀରଜ କହିଥିଲେ ଯେ ‘ପ୍ରଥମ ଥ୍ରୋ ପରେ ମୁଁ ଭାବିଲି ମୁଁ ୯୦ ମିଟରରୁ ଅଧିକ ଫିଙ୍ଗି ପାରିବି। କିନ୍ତୁ ମୁଁ ଟିକିଏ ପଛକୁ ରହିଗଲି ତଥାପି ଠିକ ଅଛି କାରଣ ଏହି ବର୍ଷ ମୋର ଆହୁରି ପ୍ରତିଯୋଗିତା ଅଛି ଚେଷ୍ଟା କରିବି।