ଦେଶ ବିଦେଶ ମନୋରଞ୍ଜନ

ନୋରାଙ୍କୁ ଡେଟ୍ କରୁଛନ୍ତି ଗୁରୁ ରନ୍ଧାୱା! ଗୋଆ ବିଚରେ ମସ୍ତି କରୁଥିବା ବେଳେ କ୍ୟାମେରାରେ କଏଦ୍ ହେଲା ଫଟୋ

ନୂଆଦିଲ୍ଲୀ: ବଲିଉଡ୍ ଇଣ୍ଡଷ୍ଟ୍ରୀର ସୁପର୍ ଡ୍ୟାନ୍ସର୍ ନୋରା ଫତେହୀ ଓ ଦିଗ୍ଗଜ ଗାୟକ ଗୁରୁ ରନ୍ଧାୱାଙ୍କୁ ଗୋଆ ବିଚ୍ ରେ ଏକାସାଙ୍ଗରେ ଦେଖିବାକୁ ମିଳିଛି । ଦୁହେଁ ସର୍ଟସ୍ ରେ ନଜର ଆସିଛନ୍ତି । ସୋସିଆଲ୍ ମିଡିଆରେ ନୋରା ଓ ଗୁରୁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ସେମାନଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ, ଦୁହେଁ ହୁଦିଁଙ୍କୁ ଡେଟ୍ କରୁନାହାନ୍ତି ତ? ଦୁହେଁ ବିଚ୍ ରେ ଖୁବ୍ ହସମଜାକ୍ କରୁଥିବା ଦେଖିବାକୁ ମିଳିଛି ।

ସେମାନଙ୍କ ଫଟୋକୁ ଫଟୋଗ୍ରାଫର୍ ବିରଲ ଭୟାନୀ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଅନ୍ୟାନ୍ୟ ଫ୍ୟାନ୍ ପେଜରେ ଏମାନଙ୍କ ଫଟୋ ସେୟାର୍ କରାଯାଇଛି । ୟୁଜର୍ସ ମାନେ କମେଣ୍ଟରେ ସେମାନଙ୍କ ରିଲେସନ୍ କୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛନ୍ତି । ଦୁହେଁ ରିଲେସନ୍ସିପ୍ ରେ ନାହାନ୍ତି ତ? କଣ ଏହି ଦୁଇଜଣ ସିଙ୍ଗଲରୁ ମିଙ୍ଗଲ ହୋଇଯାଇଛନ୍ତି? ଏପରି ଅନେକ କିଛି ।

ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ସେମାନଙ୍କୁ ଏକାସାଙ୍ଗରେ ମଜା କରିବାକୁ ଦିଅ, ତୁମେ ସେଠି କବାବ୍ ମେ ହଡ୍ଡି ହୁଅନି । ସେହି ଅନ୍ୟଜଣେ ଲେଖିଛନ୍ତି ଯେ, ଟାଉନ୍ ରେ ନୁଆ କପଲ୍ ଆସିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ