ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କାଠମାଣ୍ଡୁ : ନେପାଳର ପୋଖରାରେ ରବିବାର ଘଟିଥିବା ବିମାନ ଦୁର୍ଘଟଣା ଗତ ୫ ବର୍ଷ ଭିତରେ ସବୁଠାରୁ ବଡ଼ ଓ ଭୟାନକ। ଏଥିରେ ସମସ୍ତ ୭୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଗତ ୧୦ ବର୍ଷ ମଧ୍ୟରେ ନେପାଳରେ ୧୧ଟି ବିମାନ ଦୁର୍ଘଟଣା ଘଟିଛି ଏବଂ ପ୍ରତିବର୍ଷ ବିମାନ ଦୁର୍ଘଟଣା ଘଟିବା ନେପାଳ ନାଗରିକ ଉଡ଼ାଣ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଦୁର୍ଘଟଣାର ଶିକାର ହୋଇଥିବା ୟେତି ଏୟାରଲାଇନ୍ସର ୯ଏନ୍- ଏନ୍ସିଏଟିଆର୍-୭୨ ବିମାନ ପ୍ରାୟ ୧୫ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଦୁର୍ଘଟଣାର ତଦନ୍ତ ପାଇଁ ୫ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଦୁଇମାସ ପୂର୍ବରୁ ଥାଇ ଏୟାରୱେଜ୍ ଏକ ବିମାନ ପୋଖରା ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏଥିରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ନେପାଳରେ ଘଟିଥିବା କେତେକ ଭୟଙ୍କର ବିମାନ ଦୁର୍ଘଟଣା ବିଷୟରେ ସୂଚନା ଦିଆଗଲା-
୨୦୨୨ରେ ନେପାଳରେ ବିମାନ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ଛୋଟ ବିମାନ ପୋଖରାରୁ ଉଡ଼ାଣ ଆରମ୍ଭ କରୁ କରୁ ଖସିପଡ଼ିଥିଲା। ଏତିରେ ୪ ଜଣ ଭାରତୀୟ ଓ ୨ ଜଣ ଜର୍ମାନ ନାଗରିକଙ୍କର ମୃତ୍ୟୁ ହୋଇଥିଲା।
ଏପ୍ରିଲ ୨୦୧୯ରେ ସୁଲୋଖୁମ୍ବୁ ଜିଲ୍ଲାରେ ଲୁକଲା ଏୟାରପୋର୍ଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ୨୦୧୯ ଫେବ୍ରୁଆରିରେ ପଥିଭରନ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାସ୍ତ ହେବାରୁ କେନ୍ଦ୍ରମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୧୮ରେ ୟୁଏସ୍-ବାଂଲା ଏୟାରଲାଇନର ଫ୍ଲାଇଟ୍ ୨୧୧ ଢାକାରୁ କାଠମାଣ୍ଡୁ ଯାଉଥିଲା ବେଳେ ଅବତରଣର ଅବ୍ୟବହିତ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପାଇଲଟ ପରିସ୍ଥିତିକୁ ନିୟନ୍ତ୍ରଣ କରି ନ ପାରିବାରୁ ଏହି ଦୁର୍ଘଟଣା ହୋଇଥିଲା ବୋଲି ପରେ କୁହାଯାଇଥିଲା।
ଆଉ ଏକ ଦୁର୍ଘଟଣା ଘଟିଥିଲା ୨୦୧୬ରେ। ତାରା ଏୟାରଲାଇନ୍ସର ବିମାନଟି ପୋଖରାରୁ ଯମସମ ଯାଉଥିବା ବେଳେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଗଲା। ପରେ ଏହାର ଧ୍ବଂସାବଶେଷ ମିଳିଲା। ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୧୨ରେ ଅଗ୍ନି ଏୟାର ଡୋର୍ନିୟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଯମସମ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨୦ ଜଣ ଲୋକଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।
୨୦୧୧ରେ ବୁଦ୍ଧ ଏୟାର୍ର ଫ୍ଲାଇଟ୍ ବିଏଚ୍ଏ-୧୦୩ ବିମାନ କାଠମାଣ୍ଡୁ ଉପତ୍ୟକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l