ଅପରାଧ ଦେଶ ବିଦେଶ

ନେପାଳରୁ ଜୋମସୋମ ଯାଉଥିବା ବିମାନ ନିଖୋଜ, ବିମାନରେ ଥିଲେ ୪ ଭାରତୀୟଙ୍କ ସମେତ ୨୨ ଜଣ ଯାତ୍ରୀ

ଭାରତର ପଡୋସୀ ଦେଶ ନେପାଳରୁ ଆସିଛି ବିମାନ ନିଖୋଜର ଖବର । ନେପାଳର ଏକ ଯାତ୍ରୀବାହି ବିମାନ ନିଖୋଜ ହୋଇଛି । ଏହି ବିମାନରେ ୪ ଭାରତୀୟଙ୍କ ସମେତ ମୋଟ ୨୨ ଜଣ ଯାତ୍ରୀ ଥିବା କଥା କୁହାଯାଉଛି । ଏହି ବିମାନଟି ପୋଖରାରୁ ଜୋମସୋମ ଦିଗରେ ଉଡାଣ ଭରିଥିଲା । ହେଲେ ଉଡାଣ ଭରିବାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଏହାର ସଂପର୍କ ବିଛିନ୍ନ ହୋଇଯାଇଥିଲା ।

ଜଣେ ଅଧିକାରୀଙ୍କ କହିବା ମୁତାବକ ଅଧାଘଂଟାରୁ ଅଧିକ ସମୟ ହେବ ବିମାନର ଏଟିସି ସହିତ କୌଣସି ସଂପର୍କ ହୋଇପାରୁ ନାହିଁ । ୧୦.୩୦ ପର୍ଯ୍ୟନ୍ତ ଏଟିସି ସହିତ ସଂପର୍କ ହୋଇପାରିଥିବା କଥା ସେ କହିଛନ୍ତି । ସେପଟେ ବିମାନ ବାବଦରେ ସୂଚନା ପାଇବାକୁ ଏବେ ହେଲିକପ୍ଟର ପଠାଯାଇଥିବା କଥା ଅଧିକାରୀ ଜଣଙ୍କ କହିଛନ୍ତି ।

ତାରା ଏୟାର ମୁତାବକ ବିମାନରେ ଚାଳକ ଟିମ୍ ସହ ମୋଟ ୨୨ ଜଣ ଯାତ୍ରୀଥିଲେ । ସେମାନଙ୍କ ମଧ୍ୟରୁ ୧୩ ,ଜଣ ନେପାଳ ନାଗରିକ ଥିବା ବେଳେ ୪ ଜଣ ଭାରତୀୟ ନାଗରିକ ଓ ୨ ଜଣ ଜାପାନୀ ନାଗରିକ ଥିବା କଥା କୁହାଯାଉଛି । ତାୟା ଏୟାରର ପ୍ରବକ୍ତା ସୁଦର୍ଶନ ବରତୋଲା କହିଛନ୍ତି କି ବିମାନଟି ନିଖୋଜ ହୋଇ ଯାଇଛି ଓ ତଲାସୀ ଅଭିଯାନ ଜାରି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ