ରାଜ୍ୟ ସ୍ପେଶାଲ ରିପୋର୍ଟ

ନେତାଜୀ ସାବରକରଙ୍କ ଦ୍ବାରା ଅନୁପ୍ରାଣିତ ନ ଥିଲେ: ଚନ୍ଦ୍ର କୁମାର ବୋଷ

ନୂଆଦିଲ୍ଲୀ: ଭଗତ ସିଂହ ଓ ଖୁଦିରାମ ବୋଷଙ୍କ ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବି ବିନାୟକ ଦାମୋଦର ସାବରକରଙ୍କ ଆଦର୍ଶରେ ଅନୁପ୍ରଣିତ ହୋଇଥିଲେ ବୋଲି ଅଭିନେତା ରଣଦୀପ ହୁଦାଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି ନେତାଜୀଙ୍କ ପୁତୁରାଙ୍କ ପୁଅ (ଅଣନାତି) ଚନ୍ଦ୍ର କୁମାର ବୋଷ।

ହୁଦା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସ୍ବାତନ୍ତ୍ର୍ୟ ବୀର ସାବରକର’ରେ ସାବରକରଙ୍କ ଭୂମିକା ନିର୍ବାହ କରୁଛନ୍ତି। ନିକଟରେ ସେ ଏହି ଚଳଚ୍ଚିତ୍ରର ଟିଜର (ବିଜ୍ଞାପନ) ପ୍ରକାଶ କରିବା ଅବସରରେ ଟ୍ବିଟ୍ କରିଛନ୍ତି- ବ୍ରିଟିସମାନଙ୍କ ମୋଷ୍ଟ ୱାଣ୍ଟେଡ୍ ସାବରକର ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ ଓ ଖୁଦୀରାମ ବୋଷ ପରି ଅନେକ ବିପ୍ଳବୀଙ୍କ ପ୍ରେରଣାର ଉତ୍ସ ଥିଲେ।

ହୁଦାଙ୍କର ଏହି ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚନ୍ଦ୍ର କୁମାର ବୋଷ କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ ସ୍ବାମୀ ବିବେକାନନ୍ଦ। ଆଉ ତାଙ୍କର ରାଜନୈତିକ ଗୁରୁ ଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ। ଏହି ଦୁଇଜଣଙ୍କ ଛଡ଼ା ସେ ଆଉ କାହାଦ୍ବାରା ଅନୁପ୍ରାଣିତ ବୋଲି ତାଙ୍କୁ ଜଣାନାହିଁ। ସାବରକର ଜଣେ ମହାନ୍ ବ୍ୟକ୍ତିତ୍ବ ଓ ସ୍ବାଧୀନତା ସଂଗ୍ରାମୀ ଥିଲେ କିନ୍ତୁ ତାଙ୍କ ଆଦର୍ଶ ଓ ନେତାଜୀଙ୍କ ଆଦର୍ଶ ଭିନ୍ନ ଥିଲା। ନେତାଜୀ ସାବରକରଙ୍କୁ ଭେଟିଥିଲେ କିନ୍ତୁ ଆଦର୍ଶ ଦ୍ବାରା ବିଶେଷ ପ୍ରଭାବିତ ହୋଇ ନ ଥିଲେ। ବରଂ ସେ ସାବରକରଙ୍କୁ କେତେକ ପ୍ରସଙ୍ଗରେ ବିରୋଧ ବି କରିଥିଲେ। ମାଇଲେଜ ପାଇବା ପାଇଁ ଇତିହାସକୁ ଭୁଲଭାବେ ଉପସ୍ଥାପିତ ନ କରିବା ଲାଗି ସେ କହିଛନ୍ତି। ବୋଷ କହିଛନ୍ତି ଯେ ସାବରକର ଜଣେ ହିନ୍ଦୁ ନେତା ଥିଲେ କିନ୍ତୁ ନେତାଜୀ ଜଣେ ଭାରତୀୟ ନେତା ଥିଲେ। ନେତାଜୀଙ୍କ ଆଜାଦ ହିନ୍ଦ୍ ଫୌଜରେ ହିନ୍ଦୁ, ମୁସଲମାନ ସମସ୍ତେ ସାମିଲ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।