ଗାନ୍ଧୀନଗର: ଅନ୍ୟ ମହିଳାଙ୍କ ସହ ସମୟ ବିତାଇ ହଟହଟା ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୁଜରାଟର ଦୁଇଥର କଂଗ୍ରେସ ସଭାପତି ବିକ୍ରମ ସୁଲଙ୍କୀ। ବିକ୍ରମ ନିଜ ବଙ୍ଗଳା ଆନନ୍ଦରେ ଅନ୍ୟ ଜଣେ ମହିଳାଙ୍କ ସହ ସମୟ ବିତାଉଥିବା ସିସିଟିଭିରେ ଧରାପଡ଼ିବା ପରେ ପତ୍ନୀଙ୍କ କ୍ରୋଧର ଶିକାର ହୋଇଛନ୍ତି।
କଂଗ୍ରେସ ନେତାଙ୍କୁ ରେଡ୍-ହ୍ୟାଣ୍ଡେଡ୍ ଧରିଛନ୍ତି ତାଙ୍କ ପତ୍ନୀ ରେଶ୍ମା ପଟେଲ। ଏହାପରେ ସିଧା ବଙ୍ଗଳା ଭିତରେ ପଶି ଭରତଙ୍କ ସମେତ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିରେ ରେଶ୍ମା। ଏହି ସମୟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ବି ହୋଇଛି। ଭିଡିଓରେ ସୋଲଙ୍କଙ୍କ ପତ୍ନୀ ରେଶ୍ମା ତାଙ୍କର ସହଯୋଗୀମାନଙ୍କ ସହ ହୋଟେଲ୍ ରୁମ୍ରେ ପଶି ମହିଳାଙ୍କୁ ଚୁଟି ଟାଣି ନିର୍ଦ୍ଧୁମ ପିଟିବା ପରେ ତାଙ୍କୁ ବେଡ୍ରୁ ତଳକୁ ଘୋଷାରି ପକାଇ ଦେଇଥିଲେ। ସେପଟେ ପତ୍ନୀକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ନେତା।
ଭିଡିଓରେ ରେଶ୍ମା ଖୁବ୍ ରାଗିଯାଇ କହୁଛନ୍ତି “ତୁ ମୋ ସ୍ୱାମୀ ସହ ବସିଛୁ.. ମୁଁ ତୋତେ ଛାଡ଼ିବିନି। ଏହାର ଭିଡିଓ ନିଅ। ତୋ ମୁହଁ ଦେଖା।” ହେଲେ ଅନ୍ୟ ମହିଳା ଜଣଙ୍କ କ୍ୟାମେରା ସାମ୍ନାରେ ନିଜ ମୁହଁ ଲୁଚାଉଥିବାର ଦେଖାଯାଉଛି। ତେବେ ଏହି ଘଟଣାରେ ଭରତସିଂହଙ୍କ ନା ଗୁଜୁରାଟ କଂଗ୍ରେସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।
ସୂଚନା ଥାଉକି ଭରତସିଂହ ସୋଲାଙ୍କୀ ଓ ରେଶ୍ମା ପଟେଲଙ୍କର ମଧ୍ୟରେ ପାରିବାରିକ ଅସନ୍ତୋଷ ରହିଛି। ଦୁହେଁ ଦୁହିଁଙ୍କୁ ପୂର୍ବରୁ ନୋଟିସ ବି ଦେଇସାରିଛନ୍ତି। ରେଶ୍ମ ଭରତସିଂହଙ୍କ ବିରୋଧରେ ଅତ୍ୟାଚାର ଓ ଘରୁ ବାହାର କରିଦେବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଅନ୍ୟପଟେ ଭରତସିଂହ ମଧ୍ୟ ପତ୍ନୀଙ୍କ ବିରୋଧରେ ଦୁର୍ବ୍ୟବହାର ଶିକାର ହେବା ଓ ରାଜନୈତିକ କ୍ୟାରିୟର ନଷ୍ଟ କରିବାକୁ ପତ୍ନୀ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।