ଖେଳ ଦେଶ ବିଦେଶ

ନେଟ୍ସକୁ ଫେରିଲେ ରାହୁଲ, ମୟଙ୍କ, ସୈନି

ଅହମଦାବାଦ: ସଂଗରୋଧ ଅବଧି ଶେ‌ଷ କରିବା ପରେ ଭାରତର ଉପଅଧିନାୟକ କେଏଲ୍‌ ରାହୁଲ, ଓପନର୍‌ ମୟଙ୍କ ଅଗ୍ରୱାଲ ଦଳକୁ ଫେରିଛନ୍ତି। ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଏମାନେ ସୋମବାର ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଏମାନଙ୍କ ସହ ୨୯ ବର୍ଷୀୟ ଦ୍ରୁତ ବୋଲର ନଭଦୀପ ସୈନିଙ୍କୁ ମଧ୍ୟ ନେଟ୍ସରେ ଦେଖିବାକୁ ମିଳିଥିଲା। ମୟଙ୍କ ଫେରିବା ପରେ ସେ ବୁଧବାର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବାର ସମ୍ଭାବନା ଅଧିକ ରହିଛି। ପ୍ରଥମ ମ୍ୟାଚ୍‌ରେ ରୋହିତଙ୍କ ସହ ଈଶାନ କିଶନ ପାଳି ଆରମ୍ଭ କରିଥିଲେ। ଝାଡ଼ଖଣ୍ଡ ଓପନର୍‌ ଈଶାନ ବ୍ୟକ୍ତିଗତ ୨୮ ରନ୍‌ କରିଥିଲା ବେଳେ ପ୍ରଥମ ୱିକେଟ୍‌ରେ ରୋହିତଙ୍କ ସହ ୮୪ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଏହି ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ଶୃଙ୍ଖଳା ୧-୦ରେ ଆଗୁଆ ରହିଥିଲା। ‘‘କରୋନାରୁ ସୁସ୍ଥ ହେବା ପରେ ଏହି ୩ ଜଣ (ରାହୁଲ, ମୟଙ୍କ, ସୈନି) ଅଭ୍ୟାସକୁ ଫେରିଛନ୍ତି’’ ‌ବୋଲି ବିସିସିଆଇ ତା ଟ୍ବିଟର୍‌ ପୃଷ୍ଠାରେ ମଧ୍ୟ ଉଲ୍ଲେଖ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ