ଅପରାଧ ଦେଶ ବିଦେଶ ରାଜ୍ୟ

ନୃଶଂସ ବାପା-ମାଆ ! ପାଠ ପଢିଲାନି ବୋଲି ୪ ବର୍ଷର ଝିଅକୁ ପିଟି ପିଟି ମାରି ଦେଲେ

ଜାମସେଦପୁର: ନୃଶଂସ ବାପ।- ମାଆ ! ପାଠ ପଢିଲାନି ବୋଲି ଚାରି ବର୍ଷର କୁନି ଝିଅକୁ ପିଟି ପିଟି ମାରି ଦେଲେ। ପରେ ମୃତଦେହକୁ ୪୦ କିଲୋମିଟର ଦୂର ଗାଲୁଡିହ ରେଲଓ୍ଵେ ଷ୍ଟେସନ ନିକଟକୁ ଯାଇ ଏକ ବୁଦା ଭିତରକୁ ଫିଙ୍ଗି ଦେଲା ବାପା। ଏମିତି ବ୍ୟଥିତ କରିବା ଭଳି ଘଟଣା ଝାଡଖଣ୍ଡର ପରସୁଡିହର ବାରିଗୋଡା ଗାଁରେ ଘଟିଛି। ପୋଲିସ ବାପା ଏବଂ ମାଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚୁରା କରିବାରୁ ମାମଲାର ଖୁଲାସା ହୋଇଛି। ଅଭିଯୁକ୍ତି ବାପା କହିଛି, ଝିଅ ଜମାରୁ ପଢୁନଥିଲା, ଏହି କାରଣରୁ ତାକୁ ବାନ୍ଧିକି ପିଟିଥିଲି। ଏଥିରେ ତାର ମୃତ୍ୟୁ ଘଟିଥିଲା।

ପୋଲିସ ଉଭୟଙ୍କ ବୟାନକ୍ରମେ ଗାଲୁଡିହ ଷ୍ଟେସନ ନିକଟରୁ ମୃତଦେହ ଜବତ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଝିଅ ବାପା-ମାଆଙ୍କୁ ପୋଲିସ ଗିରଫ କରିଛି। ଉଭୟ ବୋଡାମର କଦମଜୋଡାର ବାସିନ୍ଦା। କିନ୍ତୁ ବାରିଗୋଡାରେ ଭଡାଘର ନେଇ ରହୁଥିଲେ। ନିଜ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ସହ ପତ୍ନୀ ଗାଏବ ହୋଇ ଯାଇଥିଲେ। ଘରକୁ ଫେରିବା ପରେ ପଡୋଶୀଙ୍କ ଅଭିଯୋଗକ୍ରମେ ପୋଲିସ ଘରେ ପହଞ୍ଚି ମାମଲାର ଖୁଲାସା କରିଛି।

ପୋଲିସ ଅନୁଯାୟୀ, ଜୁଲାଇ ୪ରେ ରାତି ୮ଟାରେ ଆମକୁ ଜଣେ ଚାରି ବର୍ଷର ଝିଅକୁ ତାରି ବାପା-ମାଆ ହତ୍ୟା କରିଥିବା ସୂଚନା ମିଳିଥିଲା। ବାରିଗୋଡା ସ୍ଥିତ ରାମ ଗଣେଶ ସିଂହଙ୍କ ଭଡା ଘରେ ରହୁଥିବା ଉତ୍ତମ ମୈତୀ(୨୭) ନିଜ ପତ୍ନୀ ଅଞ୍ଜନା ମହତ(୨୬) ସହ ମିଶି ନିଜ ଝିଅକୁ ରଶିରେ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ। ଏହା ପରେ ଶବକୁ ଲୁଚାଇ ଦେଇଥିଲେ। ଜୁନ ୨୯ରୁ ଉଭୟ ଘରୁ ଗାଏବ ହୋଇ ଯାଇଥିଲେ ଏବଂ ଜୁଲାଇ ୪ରେ ଝିଅ ବିନା ଘରକୁ ଫେରିଥିଲେ। ସାହି ପଡିଶାଙ୍କ ସନ୍ଦେହକୁ ଆଧାର କରି ପୋଲିସ ଉତ୍ତମ ଏବଂ ଅଞ୍ଜନାଙ୍କୁ ଜେରା କରିଥିଲେ। ଝିଅ ଦେହ ଖରାପ ଥିଲା ଏବଂ ଚିକିତ୍ସା ପାଇଁ ଝାଡଗ୍ରାମ ନେବା ସମୟରେ ଝିଅର ମୃତ୍ୟୁ ଘଟିଥିଲା। ଫଳରେ ଘରକୁ ନଆଣି ଶବକୁ ପୋତି ଦେଲୁ ବୋଲି ଦୁଇ ଅଭିଯୁକ୍ତ ପ୍ରଥମେ କହିଥିଲେ।

କିନ୍ତୁ ସାହି ପଡିଶାଙ୍କଠୁ ଜାଣିବାକୁ ପାଇଥିଲା ଯେ, ଝିଅକୁ ପିଟି ପିଟି ଉଭୟ ମାରି ଦେଇଛନ୍ତି। ଏହା ପରେ ପୋଲିସ କଠୋରତାର ସହ ଅଭିଯୁକ୍ତ ସ୍ଵାମୀ ଏବଂ ସ୍ତ୍ରୀଙ୍କୁ ପଚାରିବାରୁ ମାମଲାର ଖୁଲାସା ହୋଇଥିଲା। ଉତ୍ତମ କହିଥିଲା ଯେ, ଝିଅ ନପଢିବାରୁ ତାର ଗୋଡ ଏବଂ ହାତ ବାନ୍ଧି ଘଣ୍ଟାଏ ପର‌୍ୟ୍ୟନ୍ତ ପିଟିଥିଲା। ଏହା ପରେ ଝିଅର ମୃତ୍ୟୁ ଘଟିଥିଲା। ମୃତଦେହକୁ ଓଟୋରେ ନେଇ ସଦର ହସ୍ପିଟାଲ ଖାସମହଲ ଯାଇଥିଲି। ହେଲେ ସେଠାରେ ଡାକ୍ତରଙ୍କ ପାଖକୁ ଗଲେ ଧରା ପଡିଯିବା ଭୟରେ ସେଠାରୁ ସାଲଗାଝୁଡି ରେଲଓ୍ଵେ ଫାଟକ ଚାଲି ଆସିଲି। ଟ୍ରେନ ଧରି ଗାଲୁଡିହ ଚାଲି ଯାଇଥିଲି। ସେଠାରେ ଷ୍ଟେସନ ନିକଟରେ ବୁଦା ଭିତରକୁ ମୃତଦେହକୁ ଫିଙ୍ଗି ଦେଇଥିଲି ବୋଲି ଅଭିଯୁକ୍ତ ବାପା କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ