ଦେଶ ବିଦେଶ ମନୋରଞ୍ଜନ

ନୂପୁରଙ୍କ ପ୍ରଥମ ଫିଲ୍ମ ‘ନୁରାନୀ ଚେହେରା’ର ସୁଟିଂ ଆରମ୍ଭ

ବଡ଼ ଭଉଣୀ ତଥା ଅଭିନେତ୍ରୀ କୃତି ସାନନଙ୍କ ପଦାଙ୍କ ଅନୁସରଣ କରି ନୂପୁର ସାନନ ବଲିଉଡ୍‌ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି। ସୋମବାର ସକାଳେ ‘ନୁରାନୀ ଚେହେରା’ ନାମକ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିବା ପରେ ନୂପୁରଙ୍କ ଖୁସି କହିଲେ ନ ସରେ। ନୂପୁର ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଭାଲେଣ୍ଟାଇନ୍‌ସ ଡେ’ ଭଳି ଦିନରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ବଲିଉଡ୍‌ର ଅନ୍ୟତମ ଦକ୍ଷତାସମ୍ପନ୍ନ ଅଭିନେତା ନଓ୍ୱାଜୁଦ୍ଦୀନ ସିଦ୍ଦୀକୀଙ୍କ ସହିତ ନୂପୁର ଏହି ଚଳଚ୍ଚିତ୍ରରେ ଦେଖାଦେବେ।

ଏହି ସିନେମାର ଚଟପଟା ପ୍ରେମକାହାଣୀ ଜରିଆରେ ଏକ ଗୂଢ଼ ସାମାଜିକ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ‘ନୁରାନୀ ଚେହେରା’ ଜଣଙ୍କର ରୂପ ନେଇ ଆମ ସମାଜରେ ପ୍ରଚଳିତ ଭ୍ରମାତ୍ମକ ବିଶ୍ବାସକୁ ପ୍ରତିଫଳିତ କରି ସଭିଙ୍କୁ ନିଜ ରୂପକୁ ଗ୍ରହଣ କରିବାର ସାହସ ଯୋଗାଇବ ବୋଲି ଏହାର ନିର୍ମାତା ଆଶା ପ୍ରକଟ କରିଛନ୍ତି। ନବନିଆତ ସିଂହ ଏହାର ନିର୍ଦେଶନା ଦେଉଛନ୍ତି। ନୂପୁର ନଓ୍ୱାଜୁଦ୍ଦୀନଙ୍କ ଭଳି ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କ ସହିତ ପ୍ରଥମ ଚଳଚ୍ଚିତ୍ର କରୁଥିବାରୁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ସେପଟେ ବଡ଼ ଭଉଣୀ କୃତି ନୂପୁରଙ୍କ ଅଭିନୟ ଅଭିଯାନ ଆରମ୍ଭ ନେଇ ଅଭିନନ୍ଦନ ଜଣାଇବା ସହିତ ତାଙ୍କୁ କେତେକ ଉପଦେଶ ମଧ୍ୟ ଦେଇଛନ୍ତି। ନୂପୁର ଶାସ୍ତ୍ରୀୟ ନୃତ୍ୟରେ ପାରଙ୍ଗମ। ସେ ଭଲ ଗୀତ ବି ଗାଇପାରନ୍ତି। ଅତୀତରେ ସେ ‘ଫିଲ୍‌ହାଲ’ ଓ ‘ଫିଲ୍‌ହାଲ ୨’ ଶୀର୍ଷକ ଦୁଇଟି ସଂଗୀତ ଭିଡିଓରେ ଅକ୍ଷୟ କୁମାର ବିପକ୍ଷରେ ଦେଖା ଦେଇ ବିପୁଳ ଲୋକପ୍ରିୟତା ହାସଲ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ