ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ନୂତନ କୁଳପତି ଚୟନ ପ୍ରକ୍ରିୟା ଓ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଲେ ପୂର୍ବତନ କୁଳପତି ଓ ଶିକ୍ଷାବିତ

ଭୁବନେଶ୍ବର: ରାଜ୍ୟର ଛଅଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଚୟନ ପ୍ରକ୍ରିୟା ଓ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ନେଇ ବିଭିନ୍ନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତିମାନେ ପ୍ରଶ୍ନ ଉଠାଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ରଥ ଓ ପ୍ରଫୁଲ୍ଲ ମିଶ୍ର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏସ ଏନ୍ ପଶୁପାଳକ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ସଂପାଦକ ହେମେନ୍ଦ୍ର ନାରାୟଣ ଦାସ, ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଅମୀୟ ମହାନ୍ତି ପ୍ରମୁଖ ଛଅଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଚୟନ ପ୍ରକ୍ରିୟା ଓ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି, ଯେଉଁଭଳି ପ୍ରକ୍ରିୟା ଦେଇ କୁଳପତିମାନଙ୍କୁ ନିଯୁକ୍ତି ଦିଆଯାଇଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା। କୁଳପତି ଚୟନ ପାଇଁ ସର୍ଚ୍ଚ କମିଟି ଯେଉଁମାନଙ୍କ ନାମ ସୁପାରିସ କରିଥାନ୍ତି, ସେମାନଙ୍କୁ ଚାନ୍ସେଲର ଆଲୋଚନା ଲାଗି ନିର୍ଦ୍ଧିଷ୍ଟ ସମୟ ଦେଇଥାନ୍ତି। ଏହାପରେ ସେମାନେ ବ୍ୟକ୍ତିଗତ ଭାବେ କୁଳାଧିପତିଙ୍କୁ ଭେଟନ୍ତି। କିନ୍ତୁ ଚଳିତ ଥର ସମସ୍ତ ପ୍ରାର୍ଥୀଙ୍କୁ ଏକା ସାଙ୍ଗେ ଡକା ହେଲା। ସମସ୍ତଙ୍କୁ ଦିନ ୧୧ଟାରେ ରାଜଭବନକୁ ଡକାହେଲା ଓ ୧୧ଟାରୁ ୧ଟା ଯାଏଁ ସେମାନଙ୍କୁ ସେମିତି ବସେଇ ରଖାହେଲା। ଦିନ ଗୋଟାଏ ବେଳେ ରାଜ୍ୟପାଳଙ୍କ ସଚିବ ଆସି ସମସ୍ତଙ୍କୁ ଗୋଟିଏ ଲେଖାଏଁ ପେପର ଦେଇଥିଲେ ଓ ବିଶ୍ଵବିଦ୍ୟାଳୟ ସହ କୌଣସି ସମ୍ପର୍କ ନ ଥିବା ୪ଟି ଅବାନ୍ତର ପ୍ରଶ୍ନ ଦେଲେ। ସେହି ସମୟରେ ସେମାନଙ୍କୁ ଜଗିବା ପାଇଁ ଜଣେ ନିରୀକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାହେଲା। ଏହା ଏକ ଅପମାନ, ସେ ପ୍ରଶ୍ନ କିଏ ପ୍ରସ୍ତୁତ କଲା ଓ କିଏ ମୂଲ୍ୟାୟନ କଲା ତାହା ବି ଏକ ପ୍ରଶ୍ନବାଚୀ ବୋଲି ଅଭିଯୋଗ ହୋଇଛି।

ବିଶ୍ଵବିଦ୍ୟାଳୟର ସ୍ୱାଧୀନତାର ଅବକ୍ଷୟ ହେଉଛି। ଏହାର ଉନ୍ନତି କରିବା ପାଇଁ ବିଶ୍ଵବିଦ୍ୟାଳୟକୁ ସ୍ବାଧୀନତା ଦେବାକୁ ପଡ଼ିବ, ବିଶ୍ଵବିଦ୍ୟାଳୟରେ ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ରହିବା କଥା ନୁହେଁ, କିନ୍ତୁ ଏବେ ଏବେ ପ୍ରଶାସନିକସ୍ତରରେ ଚକ୍ରାନ୍ତ ହୋଇଛି ବୋଲି ଶିକ୍ଷାବିତମାନେ ଅଭିଯୋଗ କରିଛନ୍ତି। ନୂତନ ଶିକ୍ଷା ନୀତିରେ ପରିବର୍ତ୍ତନ ଆବଶ୍ୟକ ବୋଲି ପୂର୍ବତନ କୁଳପତି ଓ ଶିକ୍ଷାବିତମାନେ ମତ ଦେଇଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି