ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନୂଆ ସମୟ ନୂଆ କଥା : ବିଶ୍ବର ସବୁଠୁ ବୟସ୍କଙ୍କ ବୟସ ୧୧୩ ଏବଂ ଚୁଇଙ୍ଗମ୍‌ ଖାଇବା ମନା

ଚିତେସୁ ୱାତାନାବେଙ୍କର ବୟସ ଆସି ୧୧୩ ହେଲାଣି। ବିଶ୍ବର ସବୁଠୁ ବୟସ୍କ ଜୀବିତ ବ୍ୟକ୍ତି ଭାବେ ସେ ଗିନିଜ୍‌ ବୁକ୍‌ରେ ଏଣ୍ଟ୍ରି କରିଛନ୍ତି। ଜାପାନର ନିଗାତା ବାସିନ୍ଦା ୱାତାନାବେଙ୍କୁ ସ୍ଥାନୀୟ ନର୍ସିଂହୋମ୍‌ରେ ଗତ ବୁଧବାର ଗିନିଜ୍‌ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି। ଏହି ଖୁସି ଖବର ପାଇଁ ୱାତାନାବେ ଏକ କାଲିଗ୍ରାଫି ବ୍ୟାନର ପ୍ରସ୍ତୁତ କରିଛନ୍ତି, ଯାହା ୱାଲର୍ଡ ନମ୍ବର ୧ ବୋଲି ଦର୍ଶାଏ। ଗତବର୍ଷ ଏକ ସାକ୍ଷାତକାରରେ ୱାତାନାବେ ନିଜ ଦୀର୍ଘ ଜୀବନର ରହସ୍ୟ କ୍ରୋଧିତ ନ ହେବା ଓ ସର୍ବଦା ମୁହଁରେ ହସ ବଜାୟ ରଖିବା ବୋଲି କହିଥିଲେ। ସେ ମିଠା ଖାଇବାକୁ ବହୁତ ଭଲ ପାଆନ୍ତି। ୧୯୦୭, ମାର୍ଚ୍ଚ ୫ ତାରିଖରେ ଜନ୍ମିତ ୱାତାନାବେ ମା’ ବାପାଙ୍କର ୮ ସନ୍ତାନ ମଧ୍ୟରେ ବଡ଼। ଜାପାନ୍‌ର ସରକାରୀ କୃଷି କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିବା ପୂର୍ବରୁ ଦୀର୍ଘ ବର୍ଷ ଧରି ସେ ଏକ ଚିନି କମ୍ପାନିରେ କାମ କରିଥିଲେ। ୨ୟ ବିଶ୍ବଯୁଦ୍ଧ ଶେଷ ବେଳକୁ ୧୯୪୪ରେ ୱାତ‌ାନାବେ ସୈନ୍ୟବାହିନୀରେ ଥିଲେ ବୋଲି ଗିନିଜ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଚୁଇଙ୍ଗମ୍‌ ଖାଇବା ମନା
ଥାଇଲାଣ୍ଡ୍‌ରେ ରହିଛି ଏକ ଅଜବ ନିୟମ। ଯାହା ଶୁଣିଲେ ଆପଣ ବିଶ୍ବାସ କରିବେ ନାହିଁ। ଅନ୍ୟ ଦେଶମାନଙ୍କରେ ଚୁଇଙ୍ଗମ୍‌ ଖାଇବା ପାଇଁ ପ୍ରାୟ କୌଣସି ବାରଣ ନଥାଏ। ତେବେ ଥାଇଲାଣ୍ଡ୍‌ରେ ଏହା ଖାଇବା ପାଇଁ ହେଲେ କିଛି ନିୟମ ପାଳନ କରିବାକୁ ପଡ଼ିଥାଏ। ଚୁଇଙ୍ଗମ୍‌ ଖାଇବାପରେ କେହି ଏହାକୁ ଏଣେତେଣେ ପକାଇପାରିବେ ନାହିଁ। ନଚେତ୍‌ ଏହିଭଳି ଅପରାଧ ପାଇଁ ୪୦୦ ପାଉଣ୍ଡ ଜରିମାନା ପଡ଼ିଥାଏ। ଏହା ସହ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥାଏ। ଥାଇଲାଣ୍ଡ୍‌ ଭଳି ସିଙ୍ଗାପୁରରେ ମଧ୍ୟ ଚୁଇଙ୍ଗମ୍‌ ଖାଇବା ନେଇ କେତେକ କଟକଣା ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ