ଦେଶ ବିଦେଶ ସ୍ୱାସ୍ଥ୍ୟ

ନୂଆ ‘ଷ୍ଟ୍ରେନ୍‌’ କରୋନାଭାଇରସ୍‌ଦ୍ୱାରା ୨୦ଜଣ ଇଂଲଣ୍ଡ୍‌ ଫେରନ୍ତା ଭାରତୀୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଅଧିକ ସଂକ୍ରମଣଶୀଳ ‘ନୂଆ ଷ୍ଟ୍ରେନ୍‌ର କରୋନାଭାଇରସ୍‌’ଦ୍ୱାରା ଏପର୍ଯ୍ୟନ୍ତ ସମୁଦାୟ ୨୦ଜଣ ଇଂଲଣ୍ଡ ଫେରନ୍ତା ଭାରତୀୟ ପଜିଟିଭ୍‌ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ କି, ‘ନୂଆ ଷ୍ଟ୍ରେନ୍‌ର କରୋନାଭାଇରସ୍‌’ଦ୍ୱାରା ୬ଜଣ ଭାରତୀୟ ଆକ୍ରାନ୍ତ ହୋଇଥିବା କଥା ସୋମବାର ଦିନ ଜଣାପଡ଼ିଥିଲା। ଆକ୍ରାନ୍ତମାନଙ୍କ ମଧ୍ୟରୁ ତିନିଜଣ ବେଙ୍ଗାଲୁରୁର ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’ରେ ଥିବା ବେଳେ ଦୁଇଜଣ ହାଇଦ୍ରାବାଦସ୍ଥିତ ‘ସେଣ୍ଟର୍‌ ଫର୍‌ ମଲିକ୍ୟୁଲାର୍‌ ବାୟୋଲୋଜି ଏବଂ ଅନ୍ୟ ଜଣେ ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ ଅଛନ୍ତି।

ଭୂତାଣୁ ଗୁଣସୂତ୍ର କ୍ରମ ନିର୍ଦ୍ଧାରଣ କରିବାକୁ କୋଲକାତାର ‘ଏନ୍‌ଆଇବିଏମ୍‌ଜି’, ଭୁବନେଶ୍ୱରର ‘ଆଇଏଲ୍‌ଏସ୍‌’, ପୁଣେର ‘ଏନ୍‌ଆଇଭି’ ଓ ‘ସିସିଏସ୍‌’, ହାଇଦ୍ରାବାଦର ‘ସିସିଏମ୍‌ବି ଓ ‘ସିଡିଏଫ୍‌ଡି’ ବେଙ୍ଗାଲୁରୁର ‘ଇନ୍‌ଷ୍ଟେମ୍‌’ ଓ ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’, ଦିଲ୍ଲୀର ‘ଆଇଜିଆଇବି’ ଆଦି ୧୦ଟି ପରୀକ୍ଷାଗାରକୁ ନେଇ ଭାରତ ସରକାର ‘ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜିନୋମିକ୍ସ୍‍ କନସର୍ଟିୟମ୍‌’ ବା ‘ଇନ୍‌ସାକଗ୍‌’ ଗଠନ କରିଛନ୍ତି।
ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ସର୍ଭିଲେନ୍‌ସ୍‌ ବୃଦ୍ଧି, କଣ୍ଟେନ୍‌ମେଣ୍ଟ୍‌, ଟେଷ୍ଟିଙ୍ଗ୍‌ ଏବଂ ‘ଇନ୍‌ସାକଗ୍‌’ ପରୀକ୍ଷାଗାରକୁ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ ନିୟମିତ ପରାମର୍ଶ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ବ୍ରିଟେନ୍‌ରେ ଦ୍ରୁତ ବେଗରେ ସଂକ୍ରମଣ ହେଉଥିବା ନୂଆ କରୋନାଭାଇରସ୍‌ ଷ୍ଟ୍ରେନ୍‌ ଭାରତରେ ଚିହ୍ନଟ ହେବା ପରେ ଭାରତ ସରକାର ଅତି ସତର୍କତା ଅବଲମ୍ବନ କରୁଛନ୍ତି। ଇଂଲଣ୍ଡ୍‌ ଓ ଭାରତ ମଧ୍ୟରେ ବିମାନ ସେବା ୨୦୨୧ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ