ଦେଶ ବିଦେଶ ମନୋରଞ୍ଜନ

ନୂଆ ଲୁକ୍‌ରେ ନଜର ଆସିଲେ ରଣଦୀପ୍‌ ହୁଡ୍ଡା, ରିଲିଜ୍‌ ହେଲା ଫିଲ୍ମ ‘ସ୍ବତନ୍ତ୍ର ବୀର ସାବରକର’ର ଫାଷ୍ଟ ଲୁକ୍‌

ମୁମ୍ବାଇ ୨୮।୦୫: ବଲିଉଡ ଜଣାଶୁଣା କଳାକାର ରଣଦୀପ ହୁଡା ତାଙ୍କ ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ସ୍ବତନ୍ତ୍ର ବୀର ସାବରକର ଫାଷ୍ଟ ଲୁକ୍‌ ରିଲିଜି ହୋଇଛି । ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି। ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି । ଏନେଇ ଫିଲ୍ମର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି।

ତରନ ଆଦର୍ଶ ଟ୍ୱିଟ୍ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ବୀର ସାବରକର ଜନ୍ମ ବାର୍ଷିକୀରେ ରଣଦୀପ ହୁଡାଙ୍କ ଫିଲ୍ମ ‘ସ୍ବତନ୍ତ୍ର ବୀର ସବରକର’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ଫିଲ୍ମ ପାଇଁ ହୁଡା ଖୁବ୍‌ ପରିଶ୍ରମ କରୁଛନ୍ତି। ସେ ନିଜର ଓଜନ ମଧ୍ୟ ହ୍ରାସ କରିଛନ୍ତି ।

ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ରଣଦୀପ ହୁଡା ଥିବା ବେଳେ ଏହାକୁ ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଏହି ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା ଦେଇଛନ୍ତି। ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ । ଏହି ଫିଲ୍ମଟି ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଆଲୋକିତ କରିବ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ