ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆ ରୂପରେ ମୁକ୍ତିଲାଭ କରିବ ‘ଶଲା ବୁଢ଼ାର୍ ବଦ୍‌ଲା’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର: ପୂର୍ବରୁ ସୁପର୍‌ହିଟ୍ ହୋଇ ସାରିଥିବା ସବ୍ୟସାଚୀ ମହାପାତ୍ରଙ୍କ ଜାତୀୟ ପୁରସ୍କାର ବିଜୟୀ ସମ୍ବଲପୁରୀ ଚଳଚ୍ଚିତ୍ର ‘ଶଲା ବୁଢ଼ାର୍ ବଦ୍‌ଲା’ ପୁଣିଥରେ ନୂଆ ପ୍ରସ୍ତୁତି ସହ ସାରା ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି। ମୂଳତଃ ସମ୍ବଲପୁରୀ/କୋଶଲି ଭାଷାରେ ନିର୍ମିତ ଏହି ସିନେମା ଶଳାବୁଢ଼ା ଶୃଂଖଳାର ତୃତୀୟ ସିନେମା। ଏହି ସିନେମାରେ ପାରଂପରିକ ଓଡ଼ିଆ ସଂସ୍କୃତି, ପରଂପରା ଓ ଚଳଣିର ଝଲକ ରହିଛି ଯାହା ୨୦୨୧ର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଥିଲା।

ନୂଆକରି ଏହି ଚଳଚ୍ଚିତ୍ରକୁ ଉନ୍ନତ ସାଉଣ୍ଡ ମିକିଂ ଓ ଓଡ଼ିଆ ଭାଷାରେ ଡବିଂ କରି ପ୍ରସ୍ତୁତ କରାଯାଇଛି। ପୁଣିଥରେ ଏହା ସୁପର୍‌ହିଟ୍ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି। ୨ ବର୍ଷ ତଳେ ଏହା ପଶ୍ଚିମ ଓଡ଼ିଶାରେ ମୁକ୍ତିଲାଭ କରି ସୁପର୍‌ହିଟ୍ ହୋଇଥିଲା। ବିଭିନ୍ନ ସିନେମାଘରେ ଏହାର ରେକର୍ଡ ୬ ସପ୍ତାହ ପର୍ଯ୍ୟନ୍ତ ହାଉସ୍‌ଫୁଲ ଯାଇଥିଲା। ଏହାକୁ ସାରା ଓଡ଼ିଶାରେ ରିଲିଜ୍ କରିବା ଯୋଜନା ଥିବାବେଳେ କୋଭିଡ୍ ମହାମାରୀର ଆଗମନ କାରଣରୁ ସବୁ ବନ୍ଦ ହୋଇ ଯାଇଥିଲା। ବର୍ତ୍ତମାନ ନୂଆଭାବେ ପ୍ରସ୍ତୁତି ସ‌ିନେମାଟି ଆସନ୍ତା ମାର୍ଚ୍ଚ ସୁଦ୍ଧା ମୁକ୍ତିଲାଭ କରିବ ଓ ଲୋକେ ଏହାକୁ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି। ପୂର୍ବରୁ ଶ୍ରୀ ମହାପାତ୍ରଙ୍କର ଭୁଖା, ଶଲାବୁଢ଼ା, ଆଦିମ ବିଚାର ଭଳି କଳାତ୍ମକ ସିନେମା ଗୁଡ଼ିକ ଜାତୀୟ ପୁରସ୍କାର ପାଇବା ସହ ବ୍ୟବସାୟିକ ସଫଳତା ବି ଲାଭ କରିଛି। ବର୍ତ୍ତମାନ କଳାତ୍ମକ ଓ ବ୍ୟବସାୟିକ ଚଳଚ୍ଚିତ୍ର ମଧ୍ୟରେ ଥିବା ବନ୍ଧ ଭାଙ୍ଗି ସାରିଛି ଓ ଲୋକେ କଳାତ୍ମକ ସିନେମାକୁ ବହୁ ସଂଖ୍ୟାରେ ଦେଖି ବ୍ୟବସାୟିକ ସଫଳତା ଦେଉଛନ୍ତି ବୋଲି ନିର୍ମାତା କୁମାର ସି‌. ଦେବ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ