ରାଜ୍ୟ ସ୍ୱାସ୍ଥ୍ୟ

ନୂଆ କୋଭିଡ୍ ଚିକିତ୍ସା ମାର୍ଗଦର୍ଶିକା: ଷ୍ଟେରଏଡ୍ ଦିଅନ୍ତୁ ନାହିଁ, କାଶ ଲାଗି ରହିଲେ ଟିବି ପରୀକ୍ଷା କରାନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଭିଡ୍-୧୯ ଚିକିତ୍ସା ପାଇଁ ଏକ ସଂଶୋଧିତ କ୍ଳିନିକାଲ ଗାଇଡ୍‌ଲାଇନ୍ ଜାରି କରିଛନ୍ତି, ଯେଉଁଥିରେ ରୋଗୀଙ୍କୁ ଷ୍ଟେରଏଡ୍‌ ନ ଦେବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ୫ ଦିନରୁ ଅଧିକ କାଶ ଲାଗି ରହିଲେ ଟିବି (ଯକ୍ଷ୍ମା) ପରୀକ୍ଷା କରାଇବା ପାଇଁ କୁହାଯାଇଛି। କୋଭିଡ୍ ଦ୍ବିତୀୟ ଲହରରେ ଷ୍ଟେରଏଡ୍‌ର ମାତ୍ରାଧିକ ବ୍ୟବହାର କରାଯାଇଥିବାରୁ ଟାସ୍କ ଫୋର୍ସ ମୁଖ୍ୟ ଦୁଃଖ ପ୍ରକାଶ କରିବାର କିଛିଦିନ ପରେ ସରକାରଙ୍କ ପକ୍ଷରୁ ଡାକ୍ତରମାନଙ୍କ ଲାଗି ଏହି ମାର୍ଗଦର୍ଶିକା ଜାରି କରାଯାଇଛି।

ସଂଶୋଧିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ଷ୍ଟେରଏଡ୍ ଦେଲେ ବ୍ଲାକ୍ ଫଙ୍ଗସ୍ ପରି ସଂକ୍ରମଣ ହୋଇପାରେ। ବିଶେଷତଃ ଷ୍ଟେରଏଡ୍‌ର ସଅଳ ବ୍ୟବହାର, ଉଚ୍ଚତର ଡୋଜ୍‌ ଦେବା ବା ଦୀର୍ଘ ସମୟ ପାଇଁ ଏହାର ବ୍ୟବହାର ଦ୍ବାରା ଏପରି ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଦୁଇ ବା ତିନି ସପ୍ତାହ ଯାଏ ଯଦି କାଶ ଲାଗିରହେ ତେବେ ଯକ୍ଷ୍ମା ଓ ରୋଗୀର ଅନ୍ୟାନ୍ୟ ଅବସ୍ଥାର ପରୀକ୍ଷା କରାଇବା ଦରକାର ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ତଥା କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ ଡ. ଭିକେ ପଲ ଷ୍ଟେରଏଡ୍‌ର ମାତ୍ରାଧିକ ବ୍ୟବହାର ଓ ଅପବ୍ୟବହାର ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଯେଉଁମାନେ ମୃଦୁ କୋଭିଡ୍‌ରେ ଆକ୍ରାନ୍ତ (ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ନ ଥିବା ରୋଗୀ), ସେମାନଙ୍କୁ ଡାକ୍ତରଖାନାରେ ଆଡ୍‌ମିସନ ନେବା ବଦଳରେ ନିଜ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଯଦି ନିଃଶ୍ବାସ-ପ୍ରଶ୍ବାସରେ କଷ୍ଟ ହୁଏ, ଉଚ୍ଚ ତାପମାତ୍ରାର ଜ୍ବର ହୁଏ ବା ୫ରୁ ଅଧିକ ଦିନ ଯାଏ କାଶ ଲାଗି ରହେ, ତେବେ ଡାକ୍ତରଖାନା ଯିବାକୁ କୁହାଯାଇଛି। ଯେଉଁମାନଙ୍କର ଅମ୍ଳଜାନ ସ୍ତର ୯୦ରୁ ୯୩ ଭିତରେ ହ୍ରାସବୃଦ୍ଧି ଘଟୁଥାଏ ଓ ଅଣନିଃଶ୍ବାସୀ ଲାଗୁଥାଏ, ସେମାନେ ମଧ୍ୟମ ସ୍ତରର କୋଭିଡ୍‌ ରୋଗୀ। ସେମାନେ ହସ୍ପିଟାଲରେ ଆଡ୍‌ମିସନ ନେବା ଓ ତାଙ୍କଠାରେ ଅମ୍ଳଜାନ ଲଗାଯିବା ଦରକାର। ଯେଉଁମାନଙ୍କର ଅମ୍ଳଜାନ ସ୍ତର ୯୦ ତଳକୁ ରହୁଛି ଓ ନିଃଶ୍ବାସ-ପ୍ରଶ୍ବାସ ନେବାରେ ଭୀଷଣ କଷ୍ଟ ହେଉଛି ସେମାନେ ସାଂଘାତିକ ସ୍ତରର କୋଭିଡ୍ ରୋଗୀ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଆଇସିୟୁରେ ଅମ୍ଳଜାନ ଦେଇ ଭର୍ତ୍ତି କରାଯିବା ଦରକାର ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ