ମନୋରଞ୍ଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପଡ଼ିଗଲି ତୋ ପ୍ରେମରେ’

ଏ ଜୀବନ କେବେ ସୁଖର ଜୁଆର, କେବେ ଦୁଃଖର ସହର। ଏଇ ସୁଖଦୁଃଖ ମିଶା ଜୀବନ ଭିତରେ ଚିରୁ ଭଲପାଏ ଲିଲିକୁ। ଦୁହେଁ ଦୁହିଁଙ୍କୁ ନିଜ ଜୀବନଠୁ ଅଧିକ ଭଲପାଆନ୍ତି। ହେଲେ ହଠାତ୍ ଦିନେ ଜଣାପଡ଼େ ଚିରୁକୁ କ୍ୟାନ୍ସର ରୋଗ ଗ୍ରାସ କରିଛି। ଚିରୁକୁ ଲିଲି ଜୀବନଠୁ ଦୂରେଇ ଦେଉଛି। କିନ୍ତୁ ଚିରୁ ଲିଲିକୁ ଏକା କରି ଏ ଦୁନିଆ ଛାଡ଼ି ଯିବ କେମିତି? ଅନେକ ଭାବିବା ପରେ ଚିରୁ ନିଷ୍ପତ୍ତି ନିଏ, ଅସ୍ମିତ ହେଉଛି ଲିଲି ପାଇଁ ଯୋଗ୍ୟ। ଶେଷରେ ଚିରୁ ଅସ୍ମିତ ହାତରେ ଲିଲିର ହାତକୁ ଛନ୍ଦିଦେଇ ଏ ଦୁନିଆରୁ ଚିରଦିନ ପାଇଁ ବିଦାୟ ନିଏ।

ଏମିତି ଏକ କାହାଣୀକୁ ନେଇ ନୂଆ ଓଡ଼ିଆ ଚଳଚ୍ଚିତ୍ରର ‘ପଡ଼ିଗଲି ତୋ ପ୍ରେମରେ’ର ବିଷୟବସ୍ତୁ ପର୍ଯ୍ୟବସିତ। ମା’ ସର୍ବମଙ୍ଗଳା ପ୍ରଡକ୍ସନ୍‌ସ ନିର୍ମାଣ କରିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପଡ଼ିଗଲି ତୋ ପ୍ରେମରେ’। ଏହାର କାରଣୀ ପରିକଳ୍ପନା, ଚିତ୍ରନାଟ୍ୟ ପ୍ରସ୍ତୁତି ଏବଂ ନୃତ୍ୟ ନିର୍ଦ୍ଦେଶନା ସହିତ ପ୍ରଯୋଜନା କରୁଛନ୍ତି ଚିରଞ୍ଜିବୀ ବେହେରା। ସଂଳାପ ଲେଖିଛନ୍ତି ଗୀତପ୍ରସାଦ ପାଣିଗ୍ରାହୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌଭାଗ୍ୟ କୁମାର ସାମଲ।

ଉକ୍ତ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଚିରଞ୍ଜିବୀ ବେହେରା ଓ ନାୟିକା ଭୂମିକାରେ ଅଛନ୍ତି ଅର୍ଚ୍ଚି ପ୍ରଧାନ। ଏଥିରେ ଅନ୍ୟତମ ନାୟକ ଭାବେ ଅବତାର ସିଂ ଏବଂ ଖଳନାୟକ ଭୂମିକାରେ ମହମ୍ମଦ ବବ୍‌ଲୁ ଥିବାବେଳେ ବିଶ୍ବାବସୁ ରାଜଗୁରୁ, ଟୁନା ଟନ୍‌ଟନ୍‌, କାଳୀଚରଣ ରଥ, ଜି. ମହେଶ ରାଓ, ମୋନାଲିସା ମିଶ୍ର, ତାନଭି ଅଗ୍ରୱାଲ ପ୍ରମୁଖଙ୍କୁ ଦେଖିବାକୁ ମି‌ଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ