ମନୋରଞ୍ଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ’ଧନ ମୋ ଜୀବନ’

ମା’, ପୁଅ ଓ ପ୍ରଭୁ ଜଗନ୍ନାଥଙ୍କ କଥାବସ୍ତୁକୁ ନେଇ ଏହାରା କାହାଣୀ ପର୍ଯ୍ୟବସିତ। ତେବେ ଏହାର ଶୀର୍ଷକ ହିନ୍ଦୀ କି ଇଂରାଜୀ ଭାଷାରେ ନୁହେଁ, ସମ୍ପୂର୍ଣ୍ଣ ଓଡ଼ିଆରେ ଦିଆଯାଇଛି। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଧନ ଧନ ଡାକି ଗଲା ମୋ ଜୀବନ। ମଞ୍ଜୁରାଣୀ ଫିଲ୍ମସ୍‌ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ମଞ୍ଜୁରାଣୀ ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମୟ କୁମାର ମହାପାତ୍ର।

ଅତୀତରେ ଓଡ଼ିଆ ଆଲବମ୍ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିବା ମନ୍ମୟ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ବିମୁଗ୍‌ଧ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଅନନ୍ୟା ଶ୍ରୀତମ୍, ଅସୀମା ପଣ୍ଡା, ଦେବାଶିଷ ପତି, ସଞ୍ଜୁ ମହାନ୍ତି ଓ ଦୀପ୍ତିରେଖା। ଏଇ ଚଳଚ୍ଚିତ୍ରରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରମୁଖ ଭୂମିକାରେ ଥିବାବେଳେ ଅସିତ ପତି, ପ୍ରଥ୍ବୀରାଜ, ପ୍ରିୟଙ୍କା ମହାପାତ୍ର, ଭୂପତି ତ୍ରିପାଠୀ, ବ୍ରଜ ସିଂ, ଦେବୀ ବାରିକ, ବାବୁ ପ୍ରଧାନ, ବିଜୁ ବଡ଼ଜେନା, ଥିନ୍, ସାଇନା, ଅନନ୍ତ ମିଶ୍ର, ପ୍ରିୟ ମିଶ୍ର, ଅଭି, ବିଜୟ, ସତ୍ୟ, ଲୋପାମୁଦ୍ର‌ା ଏବଂ ନବାଗତ ଜ୍ୟୋତି ପ୍ରମୁଖଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ