କଳା ଓ ସଂସ୍କୃତି ଦେଶ ବିଦେଶ

ନୂଆବର୍ଷ ସ୍ୱାଗତ ଲାଗି ମଦରେ ଭାସିଲା ତେଲେଙ୍ଗାନା, କେବଳ ୪ ଦିନରେ ୭୦୦ କୋଟିର କାରବାର

ହାଇଦ୍ରାବାଦ ୨।୨: ପୁରାବର୍ଷ ନିରାଶାରେ କଟିଥିଲା। ହେଲେ ପୁରୁଣା ବର୍ଷକୁ ବିଦାୟ ଓ ନବବର୍ଷ ସ୍ୱାଗତ ଲାଗି ତେଲେଙ୍ଗାନା ରାଜ୍ୟବାସୀ ସାମାନ୍ୟ ତ୍ରୁଟି କରିନାହାନ୍ତି। ଧୁମଧାମରେ ୨୦୨୦ ବର୍ଷକୁ ବିଦାୟ ଦେଇଛନ୍ତି। ଏଥିରେ ଲୋକଙ୍କ ଲାଗି ମଧ୍ୟରାତ୍ର ପରେ ମଧ୍ୟ ମଦ ଦୋକାନ ଖୋଲା ରଖିବାକୁ ସରକାରଙ୍କ ନିଷ୍ପତ୍ତି ବେଶ୍‌ କାମରେ ଲାଗିଛି। ଫଳରେ ବର୍ଷର ଶେଷ ୪ ଦିନରେ ରାଜ୍ୟର ଲୋକେ ମୋଟ ୭୫୯.୫୩ କୋଟି ଟଙ୍କାର ମଦ କିଣିଥିବା ଏକ ରିପୋର୍ଟରୁ ଜଣାପଡିଛି।

ଏହି ସମୟରେ ୮.୬୧କୋଟି ଲିକର କେସ୍‌ ଓ ୬.୬୨କୋଟି ବିୟର କେସ୍‌ ଲୋକେ କିଣିନେଇଛନ୍ତି। ତେଲେଙ୍ଗାନାରେ ମଦର ଏପରି ବିକ୍ରି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଛି। କୋଭିଡ-୧୯ ଲାଗି ପୋଲିସ ନୂଆବର୍ଷ କାର୍ଯ୍ୟକ୍ରମ ପାଳନ ନେଇ ନାନା କଟକଣା ଜାରି କରିଥିଲା। ହେଲେବି ଲୋକେ ପୁରୁଣା ବର୍ଷର ବିଦାୟ ଓ ନୂଆ ବର୍ଷ ସ୍ୱାଗତ ଲାଗି ସାମାନ୍ୟତମ କାର୍ପଣ୍ୟ କରିନଥିବା ରିପୋର୍ଟରୁ ଜଣାପଡିଛି।

ଲୋକେ ଘରେ, ଫାର୍ମ ହାଉସରେ ବର୍ଷର ଶେଷ ଉତ୍ସବ ଆୟୋଜନ କରିଥିଲେ। ଏଥିଲାଗି ଡିସେମ୍ବର ୨୮ ତାରିଖ ଦିନ ୨୦୫.୧୮ କୋଟି ଟଙ୍କାର ଲିକର କ୍ରୟ କରିଥିବା ବେଳେ ୨୯ ଡିସେମ୍ବରରେ ୧୫୦କୋଟି , ୩୦ ଡିସେମ୍ବରରେ ୨୧୧.୩୫କୋଟି ଓ ୩୧ ଡିସେମ୍ବର ରାତି ସୁଧା ୧୯୩ କୋଟି ଟଙ୍କାର ମଦ କିଣିଛନ୍ତି। ଯାହା ଗତବର୍ଷ ଏହି ସମୟ ତୁଳନାରେ ୨୦୦ କୋଟିରୁ ଅଧିକ ଟଙ୍କାର କାରବାର ବୋଲି ଆକଳନ କରାଯାଇଥିବା ବେଳେ ଏଥିରୁ ସରକାର ମଧ୍ୟ ବର୍ଷ ଶେଷରେ ବିପୁଳ ରାଜସ୍ୱ ଆୟ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,