ନୂଆଦିଲ୍ଲୀ ୧।୧: ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କ୍ରମାଗତ ୨୫ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୮୩.୭୧ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୭୩.୮୭ଟଙ୍କାରେ ବିକ୍ରି ହେଉଛି । ତେବେ ୨୦ନ ଭେମ୍ବରଠାରୁ ୧୫ ଥର ମୂଲ୍ୟ ବୃଦ୍ଧି ସହ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଛି ।
ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୮୬.୫୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୭୮.୩୧ ଟଙ୍କା ରହିଛି । ସେହିଭଳି ନୋଏଡାରେ ପେଟ୍ରୋଲ ଲିଟର ପିଛା ୮୩.୬୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୨୯ ଟଙ୍କା ରହିଛି । ଲକ୍ଷ୍ନୌରେ ପେଟ୍ରୋଲ ହେଉଛି ୮୩.୫୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୨୧ ଟଙ୍କା ରହିଛି । ପାଟନାରେ ପେଟ୍ରୋଲ ୮୬.୨୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୦୪ ଟଙ୍କା । ଚଣ୍ଡୀଗଡ ପେଟ୍ରୋଲ ମୂଲ୍ୟ ୮୦.୫୯ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୭୩.୮୧ ଟଙ୍କା ରହିଛି ।
ଆପଣ ଏସଏମଏସ ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଜାଣିପାରିବେ । ଭାରତୀୟ ଅଏଲ ଗ୍ରାହକ RSP ଲେଖି ୯୨୨୪୯୯୨୨୪୯ ନମ୍ବରକୁ ଏବଂ BPCL ଗ୍ରାହକମାନେ RSP ଲେଖି ୯୨୨୩୧୧୨୨୨୨ ନମ୍ବରକୁ ଏସଏମଏସ କରି ସୂଚନା ପାଇପାରିବେ । ସେହିପରି HPCL ଗ୍ରାହକମାନେ HPPrice ଲେଖି ୯୨୨୨୨୦୧୧୨୨ନମ୍ବରକୁ ପଠାଇ ମୂଲ୍ୟ ଜାଣିପାରିବେ ।