ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଫୁଲ ନୁହେଁ, ଚାରା ଉପହାର ଦିଅ

ଭୁବନେଶ୍ବର : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ନୂଆବର୍ଷରେ ଫୁଲ ନୁ‌ହେଁ, ଗଛ ଚାରା ଉପହାର ପ୍ରଦାନ କରିବା ଓ ୨୦୨୩ ମସିହାକୁ ସବୁଜ ବର୍ଷ ଭାବେ ପାଳନ କରିବା ପାଇଁ ନିବେଦନ କରାଯାଇଛି। ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏକ ଗଛଚାରା ଓ ଖୋର୍ଦ୍ଧାବୀର ପଗଡ଼ି ପିନ୍ଧାଇ ଅଭିନନ୍ଦନ ଜଣାଇଛନ୍ତି ‘ପ୍ରେରଣା’ ଆନ୍ତର୍ଜାତିକ ସେବାବାହିନୀର ମୁଖ୍ୟ ତଥା ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ। ଡ. ଶ୍ରୀଚନ୍ଦନଙ୍କ ସମେତ ଜାନକୀବଲ୍ଲଭ ସ୍ମୃତି ସଂସଦର ସଂପାଦକ ଇଂ. ବିଶ୍ବମୋହନ ପଟ୍ଟନାୟକ, ଖୋର୍ଦ୍ଧା ନ୍ୟୁଥିଙ୍କିଙ୍ଗ୍‌ ଫୋରମ୍‌ର ସଭାପତି ଆଇନଜୀବୀ ନରେନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।