ଦେଶ ବିଦେଶ ପର୍ଯ୍ୟଟନ

ନୂଆବର୍ଷରେ ପର୍ଯ୍ୟଟନସ୍ଥଳୀ ବନ୍ଦ: ହେଲେ ପାହାଡ଼-ଘାଟି ରାସ୍ତାରେ ଭିଡ଼, ନିଶା ପାଇଁ ବାଜି ଲାଗୁଛି ଜୀବନ

କଟକ: ବାଜି ଲାଗୁଛି ଜୀବନ। ପାହାଡ଼ ଉପରେ ଚାଲିଛି ବିପଦଜନକ ଷ୍ଟଣ୍ଟ୍‌ ଓ ଫ‌ଟୋ ପୋଜ୍‌। ବିପଦପୂର୍ଣ୍ଣ ଭାବେ ପାହାଡ଼ ଶିଖରରେ ଚଢ଼ି ସେଲଫି ନିଶା ଓ ବିଭିନ୍ନ ପୋଜ୍‌ରେ ଫଟୋ ସୁଟ୍‌ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବବର୍ଗ। ଏପଟେ ନୂଆବର୍ଷରେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସବୁ ପର୍ଯ୍ୟଟନସ୍ଥଳୀ, ଧାର୍ମିକ ପୀଠ ବନ୍ଦ ରଖିଲେ। ହେଲେ ପାହାଡ଼ ଶିଖରରେ କିନ୍ତୁ ସେଲ୍‌ଫି ପାଇଁ ଭିଡ୍‌। କେବଳ ପାହାଡ଼ ନୁହେଁ, ଘାଟିରାସ୍ତା, ଜଙ୍ଗଲରେ ଦେଖିବାକୁ ମିଳିଛି ପର୍ଯ୍ୟଟକ ଓ ଯୁବବର୍ଗଙ୍କ ଗହଳି। ଏମିତି ଷ୍ଟଣ୍ଟ୍‌ ଦେଖିବାକୁ ମିଳିଛି କଟକ ଜିଲ୍ଲାର ପାଣ୍ଡବବଖରା, ବୁଢ଼ାବୁଢ଼ୀ ଘାଟି ଓ ଅନ୍ୟାନ୍ୟ ପାହାଡ଼ରେ। ଯଦି କିଛି ଅଘଟଣ ଘଟେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅନେକ ସଚେତନ ନାଗରିକ ଏଭଳି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବାଙ୍କୀ-ଡମପଡା ବ୍ଲକ୍‌ ପାଥପୁର ମୌଜାର ପାଣ୍ଡବବଖରା ପାହାଡରେ ଯୁବପିଢିଙ୍କ ଭିଡ ଦେଖିବାକୁ ମିଳିଛି। ଅତି ବିପଦପୂର୍ଣ୍ଣ ଭାବରେ ପାହାଡ଼ରେ ପ୍ରାୟ ୫୦୦ଫୁଟ୍‌ ଉପରକୁ ଚଢି ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ, ପାହାଡ଼ ଶିଖର ଓ ଦାଢ଼ରେ ବସି ଓ ଛିଡ଼ା ହୋଇ ବିଭିନ୍ନ ପୋଜ୍‌ରେ ଷ୍ଟଣ୍ଟ୍‌ ମାରୁଥିବା ଦେଖିବାକୁ ମିଳିଛି। କେବଳ ଏହି ପାହାଡ ନୁହେଁ, ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ବୁଢ଼ାବୁଢ଼ୀ ଘାଟିରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଘାଟି ରାସ୍ତାର ବିପଦପୂର୍ଣ୍ଣ ମୋଡ଼ଗୁଡିକରେ ଯୁବବର୍ଗ ତିଖ ତଥା ମୋଡଡ଼ରେ ଛିଡ଼ା ହୋଇ ସେଲ୍‌ଫି ନେବା ସହ ‘ଫଟୋ ସୁଟ୍‌ ସେସନ୍‌’ ଚଳାଇଛନ୍ତି। ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ରହିବ? ଘାଟି ରାସ୍ତାର ସୁରକ୍ଷାବାଡ଼ ନଥିବା ବିପଦପୂର୍ଣ୍ଣ ମୋଡ଼ରେ ଯୁବବର୍ଗଙ୍କ ସେଲ୍‌ଫି ନିଶା ନୂଆବର୍ଷରେ ନୂଆ ବିପଦ ସୃଷ୍ଟି କରିଛି। ସବୁ ପର୍ଯ୍ୟଟନସ୍ଥଳୀ ସିନା ୨ତାରିଖ ପର୍ଯ୍ୟନ୍ତ ବନ୍ଦ କିନ୍ତୁ ଏଭଳି ପାହାଡ଼ ଓ ଘାଟିରାସ୍ତା ସବୁ ଯୁବବର୍ଗଙ୍କ ପାଇଁ ଆକର୍ଷଣର ସ୍ଥାନ ପାଲଟିଛି। ସେମାନଙ୍କୁ ସେଠାରେ ବାରଣ କରିବାକୁ କେହି ନାହାନ୍ତି। ଗତକାଲି ଓ ଆଜି ଦୁଇଦିନ ହେଲା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ସିନା ବନ୍ଦ ହେଲେ ପାହାଡ଼ ଉପରେ ଷ୍ଟଣ୍ଟ ଏବେ ଯୁବବର୍ଗଙ୍କ ଭିତରେ ନିଶା ପାଟଲିଛି। ପାହାଡ଼ ଶିଖରରେ ବିପଦପୂର୍ଣ୍ଣ ଢଙ୍ଗରେ ଛିଡା ହୋଇ ଫଟୋ ପୋଜ୍‌ ଦେବା, ସେଲ୍‌ଫି ନେବା, ସେଠାରୁ ତଳକୁ ଖସିପଡ଼ିବା ଭଳି ଢଙ୍ଗରେ ପୋଜ୍‌ ଦେଇ ଫଟୋ ନେବା ବିପଦଜନକ ନିଶା ଘାରିଛି। ଯଦି କିଛି ଅଘଟଣ ଘଟେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ