ମୁମ୍ବାଇ ୧।୧: ବଲିଉଡ୍ ଅଭିନେତା ରଣବୀର କପୁର ୨୦୨୧ ଅର୍ଥାତ୍ ନୂଆବର୍ଷକୁ ଧମାକାଦାର ଆନ୍ଦାଜରେ ସ୍ବାଗତ କରିଛନ୍ତି । ଅଭିନେତା ବର୍ଷର ପ୍ରଥମ ଦିନରେ ୧୨ଟା ୧ମିନିଟରେ ତାଙ୍କ ନୂଆ ଫିଲ୍ମର ଘୋଷଣା କରିଛନ୍ତି । ରଣବୀର କପୁର ତାଙ୍କ ନୂଆ ଫିଲ୍ମର ଘୋଷଣା ସହିତ ଫ୍ୟାନ୍ସଙ୍କୁ ସପ୍ରାଇଜ୍ ଦେଇଛନ୍ତି । ରଣବୀରଙ୍କ ନୂଆ ଫିଲ୍ମର ନାଁ ‘ଆନିମଲ’ ରହିଛି । ଯାହାର ନିର୍ଦ୍ଦେଶନା ଦେବେ ‘କବୀର ସିଂ’ ଫେମ୍ ସନ୍ଦୀପ ରେଡ୍ଡୀ । ଟି ସିରିଜ୍ ପକ୍ଷରୁ ଏହାର ଏକ ଟିଜର ଭିଡିଓ ମଧ୍ୟ ସେୟାର କରାଯାଇଛି । ଏମିତିରେଫ୍ୟାନ୍ସ ତାଙ୍କ ନୂଆ ଫିଲ୍ମ ବିଷୟରେ ଜାଣିବାକୁ ବ୍ୟାକୁଳ ଅଛନ୍ତି ।
ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ଅନିଲ କପୁର, ପରଣୀତି ଚୋପ୍ରା ଏବଂ ବବି ଦେଓଲ ମଧ୍ୟ ନଜର ଆସିବେ । ଅନୀଲ କପୁର ଏବଂ ବବି ଦେଓଲ ମଧ୍ୟ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଟିଜର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ବ୍ୟାକଗ୍ରାଉଣ୍ଡରେ ରଣବୀର କପୁରଙ୍କ ସ୍ବର ଶୁଣିବାକୁ ମିଳିବ । ଯେଉଁଥିରେ ସେ ତାଙ୍କ ବାପାଙ୍କ ବିଷୟରେ କହୁଛନ୍ତି ।
ଟିଜର ଭିଡିଓରେ ଜଣାଯାଏ ଯେ, ଏହି ଫିଲ୍ମ ଏକ ପାରିବାରିକ ଡ୍ରାମା ଉପରେ ଆଧାରିତ । ଭିଡିଓରେ ଶୁଣାଯାଉଥିବା ସ୍ବରରେ ରଣବୀର କହୁଛନ୍ତି- ‘ପାପା ଆଗାମୀ ଜୀବନରେ ମୋ ପୁଅ ହେବ, ଦେଖିବ ମୁଁ କେମିତି ତୁମକୁ ଭଲ ପାଇବି ଏବଂ ତୁମେ ଶିଖିବ । କାରଣ ଆଗାମୀ ଜୀବନରେ ମୁଁ ପୁଣି ପୁଅ ଏବଂ ପିତା ଆପଣ । ସେତେବେଳେ ପାପା ତମ ପରି ଭଲପାଇବ ମୋ ପରି ନୁହେଁ । ଆପଣ ବୁଝିଛନ୍ତି ନା ପାପା । କେବଳ ତୁମେ ବୁଝିଯିବ ତାହା ଯଥେଷ୍ଟ ।
ପୂର୍ବରୁ ଫିଲ୍ମରେ ପରିଣୀତି ଚୋପ୍ରାଙ୍କ ସ୍ଥାନରେ ସାରା ଅଲ୍ଲୀ ଖାନଙ୍କୁ ନେବାକୁ ନେଇ ଚର୍ଚ୍ଚା ହେଉଥିଲା । ଉଲ୍ଲେଖଯୋଗ୍ୟ ଯେ, ସନ୍ଦୀପ ରେଡ୍ଡୀ ତାଙ୍କ ଭାଇ ପ୍ରଣୟ ରେଡ୍ଡୀଙ୍କ ସହ ମିଳି ଭଦ୍ରକାଲି ପିକ୍ଚର୍ସ ନାମକ ଏକ ପ୍ରଡକ୍ସନ୍ କମ୍ପାନୀ ଗଠନ କରିଛନ୍ତି ଏବଂ ଏହି କମ୍ପାନୀଟି ସିରିଜ୍ ସହିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।