ନୂଆଦିଲ୍ଲୀ : ଜିରୋ ନାଇଟ୍ ପାଳନରେ ଦେଶରେ ଲୋକମାନେ ବ୍ୟସ୍ତ ଥିବାବେଳେ ନୂଆବର୍ଷର ପ୍ରଥମ ଦିନରେ ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଶନିବାର ରାତି ପ୍ରାୟ ସାଢ଼େ ୧ଟା ୧୯ ମିନିଟ ସମୟରେ ଏହି ଭୂକମ୍ପ ହୋଇଛି। ରିଚର ସ୍କେଲରେ ୩.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଝର ଥିଲା। ଭୂପୃଷ୍ଠରୁ ୫ କିମି ତଳେ ଏହା ହୋଇଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ।