ରାଜ୍ୟ ସ୍ପେଶାଲ ରିପୋର୍ଟ

ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା: ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ

ବାଲେଶ୍ୱର: ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା | ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କଲା ଖଡ଼ଗପୁର ରେଳ ଡିଭିଜନ | କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଖଡ଼ଗପୁର ରେଳ ଡିଭିଜନର ସିନିୟର ଡିସିଏମ ଏନେଇ ସୂଚନା ଦେଇଛନ୍ତି | ବାସ୍ତବରେ ଗତକାଲି ବାଲେଶ୍ବର ଜିଲ୍ଲା ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍‌ ଡାଉନ୍‌ ଲାଇନ୍‌ରେ ଏକ ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ଅଳ୍ପକେ ଟଳିଯାଇଥିଲା । ଦୁଇ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭଦ୍ରକ-ବାଲେଶ୍ବର ମେମୁରେ ଯାତ୍ରା କରୁଥିବା ଶତାଧିକ ଯାତ୍ରୀ ବର୍ତ୍ତିଯାଇଥିଲେ । ଇଣ୍ଟର୍‌ଲକିଂ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ପାଇଁ ବାହାନଗାରେ ଯେପରି ଦୁର୍ଘଟଣା ଘଟିଲା, ନୀଳଗିରି ରୋଡ୍‌ ଷ୍ଟେସନ୍‌ରେ ମଧ୍ୟ ସମାନ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା । ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା।

ତେବେ ସୋର ଷ୍ଟେସନ୍‌ ପାର୍‌ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଚାଲିଥିଲା। ଟ୍ରେନ୍‌ଟି ୧୦ଟା ୫୩ ମିନିଟ୍‌ ବେଳକୁ ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍ ନିକଟରେ ପହଞ୍ଚିବାର ଥିଲା। ହେଲେ ୧୨ଟା ୦୨ ମିନିଟ୍‌ରେ ପହଞ୍ଚିଥିଲା ଏବଂ ଦୁଇ ମିନିଟ୍‌ ରହଣି ପରେ ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିଥିଲା। ​ଟ୍ରେନ୍‌ଟିର ଗତି ବଢ଼ୁଥିବା ବେଳେ ଏହା ମେନ୍‌ ଲାଇନ୍‌ରେ ନଯାଇ ଷ୍ଟେସନ୍‌ ନିକଟ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା। ଯାହାର ଆଗକୁ ମେନ୍‌ ଲାଇନ୍‌ ସହ କୌଣସି ସଂଯୋଗ ନଥିଲା। ଏହି ସମୟରେ ଟ୍ରେନ୍‌ର ଦୁଇ ଲୋକୋ ପାଇଲଟ୍‌ଙ୍କ ସଂଦେହ ହୋଇଥିଲା। ସେମାନେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌ରେ ଯାଉଥିବା ଏବଂ ନିଶ୍ଚିତ ଦୁର୍ଘଟଣା ହେବା ଜାଣି ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ। ଫଳରେ ଟ୍ରେନ୍‌ଟି ଜୋର୍‌ ଶବ୍ଦ କରି ଅଟକିଥିଲା।

ଯାତ୍ରୀମାନେ ପରସ୍ପର ଧକ୍କା ହୋଇଥିଲେ। ହଠାତ୍‌ କଣ ହେଲା, କେହି କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇପଡ଼ିଥିଲେ। ପ୍ରାୟ ଅଧଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା ଏବଂ ଘଟଣାର ତଦାରଖ କରିଥିଲା। ପରେ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ। ଟ୍ରେନ୍‌ଟି ଘଟଣାର ପ୍ରାୟ ୧ ଘଣ୍ଟା ୨୦ ମିନିଟ୍‌ ପରେ ବାଲେଶ୍ବର ଯାତ୍ରା କରିଥିଲା। ଏହି ଘଟଣାକୁ ନେଇ ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।