ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନୀଳଗିରି ତେଲର ରହିଛି ଏହିସବୁ ଫାଇଦା: ମଧୁମେହରୁ ନିମୋନିଆ ଯାଏଁ ଦୂର କରିଥାଏ ଅନେକ ସମସ୍ୟା

ଭୁବନେଶ୍ୱର ୧୯/୧୧ : ନୀଳଗିରି ତେଲର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି। ନୀଳଗିରି ଗଛର ପତ୍ରଋ ବାହାରୁଥିବା ତେଲ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଏହି ତେଲ ଅନେକ ରୋଗ ଭଲ କରିଥାଏ। ନୀଳଗିରି ତେଲ ଅନେଲା ଔଷଧ ଓ ଜଡିବୁଟିରେ ବ୍ୟବହାର କରାଯାଏ। କିଛି ପରଫ୍ୟୁମରେ ମଧ୍ୟ ନୀଳଗିରି ତେଲ ବ୍ୟବହାର ହୋଇଥାଏ। ନୀଳଗିରି ତେଲର କଣ କଣ ଫାଇଦା ରହିଛି ଜାଣନ୍ତୁ :

୧. ତ୍ୱଚା ପାଇଁ ଲାଭଦାୟକ – ଯଦି ତ୍ୱଚା ସଂକ୍ରମଣ ହୋଇଥାଏ ତାହେଲେ ସେହି ଜାଗାରେ ନୀଳଗିରି ତେଲ ଲଗାନ୍ତୁ। ଏହା ମୁହଁର ବିଭିନ୍ନ ଦାଗ ଓ ବ୍ରଣ ଦୂର କରିଥାଏ।

୨. ମଧୁମେହଋ ମୁକ୍ତି – ମଧୁମେହ ଆଜିକାଲି ଏକ ସାମାନ୍ୟ ସମସ୍ୟା ହୋଇଗଲାଣି। ପ୍ରାୟ ପ୍ରାୟେକ ଘରେ ଜଣେ ଲେଖାଏଁ ମଧୁମେହ ରୋଗୀ ଅଛନ୍ତି। ମଧୁମେହ ରୋଗୀ ନୀଳଗିରି ତେଲ ସେବନ କରିବା ଉଚିତ। ଏହା ଶରୀରରେ ରକ୍ତ ସର୍କରା ନିୟନ୍ତ୍ରଣ କରିଥାଏ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ତେଲ ସେବନ କରିବେ ନାହିଁ।

୩. ଦାନ୍ତ ବିନ୍ଧା ଦୂର କରିଥାଏ – ଦାନ୍ତ ବିନ୍ଧା, ମାଢିଋ ରକ୍ତସ୍ରାବ, ଦାନ୍ତରେ ପୋକ ଲାଗିବା ଭଳି ସମସ୍ୟା ନୀଳଗିରି ତେଲ ଦ୍ୱାରା ଦୂର ହୋଇଥାଏ। ଏହି ତେଲରେ ଜୀବାଣୁ ରୋଧକ ତତ୍ତ୍ୱ ରହିଛି।

୪. ପେଟ କୃମି ମରିଥାଏ – ନୀଳଗିରି ତେଲ ଶିଶୁଙ୍କ ପାଇଁ ବହୁତ ଲାଭଦାୟକ। ଶିଶୁଙ୍କ ପେଟରେ ହେଉଥିବା କୃମିକୁ ଏହି ତେଲ ସମୂଳେ ନଷ୍ଟ କରିଥାଏ।

୫. ଉକୁଣି ମାରିଥାଏ – ଅନେକ ଲୋକଙ୍କ ଉକୁଣି ସମସ୍ୟା ଥାଏ। ଅଧିକାଂଶ ପିଲାଙ୍କ ମୁଣ୍ଡରେ ଉକୁଣି ହୋଇଥାଏ। ମୁଣ୍ଡରେ ନୀଳଗିରି ତେଲ ମାଲିସ କଲେ ଉକୁଣି ମରିଯାଇଥାଏ।

୬. ନିମୋନିଆ ଦୂର କରିଥାଏ – ନୀଳଗିରି ତେଲରେ ଆଣ୍ଟିଭାୟରାଲ୍ ଓ ଆଣ୍ଟିସେପ୍ଟିକ୍ ଗୁଣ ରହିଛି। ପିଲା ଓ ବଡ ଲୋକଙ୍କ ଛାତିରେ ଏହି ତେଲ ମାଲିସ କଲେ ଫୁସଫୁସ ସଫା ହୋଇଥାଏ ଏବଂ ଏହା ସୁଜନ କମ କରିଥାଏ। ଏହା ଟିବି ଲକ୍ଷଣ ମଧ୍ୟ ନଷ୍ଟ କରିଥାଏ।

୭. କିଡନୀ ଷ୍ଟୋନ ମଧ୍ୟ ଭଲ କରିଥାଏ – ଆଜିକାଲି ଅନେକ ଲୋକଙ୍କର କିଡନୀ ଷ୍ଟୋନ ସମସ୍ୟା ହେଉଛି। କିଡନୀ ଷ୍ଟୋନ ହେଲେ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଯନ୍ତ୍ରଣା ହେଉଥିବା ଜାଗାରେ ଏହି ତେଲ ଲଗାଇଲେ ଆଶ୍ବସ୍ତି ମିଳିଥାଏ।

୮. ମାଂସପେଶୀ ଯନ୍ତ୍ରଣା ଦୂର କରେ – ନୀଳଗିରି ତେଲ ମାଲିସ କଲେ ଅବସାଦ ଦୂର ହେବାସହ ମାଂସପେଶୀ ଯନ୍ତ୍ରଣାଋ ମୁକ୍ତି ମିଳିଥାଏ। ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ଫାଇବ୍ରୋସିସ ପୀଡିତଙ୍କ ପାଇଁ ଏହି ତେଲ ଔଷଧ ଭଳି କାମ କରିଥାଏ।

୯. ବନ୍ଦ ନାକ ଖୋଲିଥାଏ – ସାଧାରଣତଃ ଥଣ୍ଡା ଦିନରେ ନାକ ବନ୍ଦ ହୋଇଯାଏ ଓ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ନାକରେ କିଛି ବୁନ୍ଦା ନୀଳଗିରି ତେଲ ପକାଇଲେ ବନ୍ଦ ନାକ ଖୋଲି ଯାଇଥାଏ ଓ ଆଶ୍ବସ୍ତି ମିଳିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ