ନୀଳଗିରି ୧୯।୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଯୁକ୍ତ ୩ ବର୍ଷର ଛାତ୍ରଛାତ୍ରୀ କଲେଜର ଦୁଇ ଜଣ ଇଂରାଜୀ ଶିକ୍ଷକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ଧାରାଣା ଦେଇଛନ୍ତି । ତୃତୀୟ ସେମିଷ୍ଟାରର ଇଣ୍ଟରନାଲ ଇଂରାଜୀ ପରୀକ୍ଷାରେ ଅଧ୍ୟାପକ ଶିଳ୍ପା ମିଶ୍ର ଓ ନଳିନୀକାନ୍ତ ପାଢି ଜାଣିଶୁଣି ଛାତ୍ରଛାତ୍ରୀଙ୍କ ମାର୍କ କମ୍ କରିଥିବା ଅଭିଯୋଗ ଆସିଛି ।
ସେହିପରି ଦୁଇ ଅଧ୍ୟାପକ ସଠିକ୍ ଭାବେ କ୍ଲାସ କରୁନଥିବା ବେଳେ ଏଭଳି ମାର୍କେ ଆକ୍ରୋଶମୂଳକ ଭାବେ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପୂର୍ବରୁ ମଧ୍ୟ କଲେଜ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାପରେ ଉକ୍ତ ଅଧ୍ୟାପକଙ୍କୁ ଡାକି କଲେଜ ଅଧ୍ୟକ୍ଷ ଆଲୋଚନା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ତେବେ ଯେପର୍ଯ୍ୟନ୍ତ ଉଚିତ୍ ନ୍ୟାୟ ମିଳିନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।