ଅପରାଧ ରାଜ୍ୟ

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ସୁବିଧା ଥାଇ ମଧ୍ୟ କରାଯାଉନି ବ୍ୟବଚ୍ଛେଦ; ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ନୀଳଗିରି ୦୮/୦୫: ପ୍ରତିଶୃତି ଦେଇ ପଛରେ ଫାଙ୍କି ଦେଲେ ପ୍ରଶାସନିକ ଅଧିକାରୀ। ହଷ୍ଟେଲରେ ରହି ପଢ଼ୁଥିବା ବେଳେ ଚିକିତ୍ସା ଅବହେଳାରୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହାପରେ ପ୍ରଶାସନିକ ଅଧିକାରୀ ଆସି ସ୍ଥାନୀୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ନେଇ ପ୍ରତିଶୃତି ଦେଇଥିଲେ। ହେଲେ ସେଠାକୁ ଯିବାରୁ ପୁଣି ଅନ୍ୟ ଡାକ୍ତରଖାନାକୁ ଉପଖଣ୍ଡ ଚକତ୍ସା ଅଧିକାରୀ ନେବା ପାଇଁ କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ। ଏଭଳି ଘଟଣା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ସାମ୍ନାକୁ ଆସିଛି।

ଖବର ଅନୁସାରେ, ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଖଇରିବଣି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ରାବିଡିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ପୁଅ ତପୁ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ସେଠାରେ ଚିକିତ୍ସା ଅବହେଳା କାରଣରୁ ଛାତ୍ରକୁ ଘରକୁ ପଠାଇବା ପରେ ଆଜି ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କ୍ଷତିପୂରଣ ଓ କାର୍ଯ୍ୟନୁଷ୍ଠାନ ଦାବିରେ ଶବ ରଖି ଧାରଣା ଦିଆଯାଇଥିବା ବେଳେ ବୁଝାସୁଝା କରି ପ୍ରଶାସନିକ ଅଧିକାରୀମାନେ ଶବ ବ୍ୟବଚ୍ଛେଦ କରିବାକୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଉପଖଣ୍ଡ ଚିକିତ୍ସା ଅଧିକାରୀ କୁଆଡେ ଅଭିଜ୍ଞ ଡାକ୍ତର ନାହାନ୍ତି କହି ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ କହିଥିଲେ।

ତେବେ କିଛି ଡାକ୍ତରଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସା ଅଧିକାରୀ କହୁଥିବା ବେଳେ ସେମାନେ ମନା କରୁଥିବା ନେଇ ଗ୍ରାମବାସୀ ଶୁଣିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା। ଏପରିକି ଶବରଖି ଡାକ୍ତରଖାରେ ଧାରଣା ଦେଇଥିଲେ ଅଞ୍ଚଳବାସୀ। ଉତ୍ତେଜନା ଅନିୟନ୍ତ୍ରଣ ହେବାରୁ ଉପଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିଥିଲେ। ହେଲେ ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାପରେ ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହୋଇଥିବା ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।