ଦେଶ ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନୀତୀଶଙ୍କୁ ପ୍ରଭାବିତ କଲା ୧୧ବର୍ଷୀୟ ସୋନୁ, ବିହାରରେ ଖୁବ୍‌ଶୀଘ୍ର ଜାତିଭିତ୍ତିକ ଜନଗଣନା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାଲନ୍ଦା ଜିଲ୍ଲାର ତାଙ୍କ ପୈତୃକ ଗ୍ରାମ କଲ୍ୟାଣ ବିଗାହାକୁ ଆସିଥିବାବେଳେ ଗ୍ରାମର ଜଣେ ୧୧ ବର୍ଷୀୟ ବାଳକ ସୋନୁ ତାଙ୍କୁ ପ୍ରଭାବିତ କରିଛି। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀ ମଞ୍ଜୁ ସିହ୍ନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଇଥିବାବେ‌ଳେ ପିଲାଟି ତାଙ୍କୁ ଭେଟିବାର ସୁଯୋଗ ପାଇଲା। ହାତଯୋଡ଼ି ସୋନୁ କାନ୍ଦ କାନ୍ଦ ହୋଇ କହିଲା, ସାର୍ ମୋ ପାଠପଢ଼ା ପାଇଁ ଆପଣଙ୍କ ସହାୟତା ଲୋଡ଼ା। ମୋ ବାପା ମୋତେ ସାହାଯ୍ୟ କରନ୍ତି ନାହିଁ। ମୁଁ ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ମାନ ଦୟନୀୟ। ମୁଁ ପାଠ ପଢ଼ି ବଡ଼ ଚାକିରି କରିବାକୁ ଚାହୁଁଛି। ବାପା ଦହି ବ୍ୟବସାୟରୁ ଯାହା ଆୟ କରନ୍ତି ସେଥିରେ ମଦ ପିଅନ୍ତି। ଆପଣ ସହଯୋଗ ନକଲେ ମୁଁ ଘରୋଇ ସ୍କୁଲରେ ପାଠ ପଢ଼ି ପାରିବି ନାହିଁ। ସୋନୁଠାରୁ ସବୁ ଶୁଣିବା ପରେ ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର ମୁଖ୍ୟମନ୍ତ୍ରୀ ଅନୁଭବ କରିଥିଲେ। ତୁରନ୍ତ ସୋନୁର ପାଠପଢ଼ା ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଶିକ୍ଷାବିଭାଗକୁ ଚେତାଇ ଦେଇଛନ୍ତି।

ବିହାରରେ ଖୁବ୍‌ଶୀଘ୍ର ଜାତିଭିତ୍ତିକ ଜନଗଣନା
ପାଟନା: ବିହାରରେ ଖୁବ୍‌ ଶୀଘ୍ର ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏହା ଘୋଷଣା କରିଛନ୍ତି। ନୀତୀଶ କହିଛନ୍ତି, ରାଜ୍ୟ ସ୍ତରରେ ଜାତି ଭିତ୍ତିକ ଜନଗଣନା ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଏବଂ ଏନେଇ ଖୁବ୍‌ଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ। ତେଜସ୍ବୀ ଯାଦବଙ୍କୁ ଏସଂକ୍ରାନ୍ତ‌ରେ ଅବଗତ କରାଯାଇଛି ବୋଲି ନୀତୀଶ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ନିକଟ‌ରେ ଜାତୀୟ ସ୍ତରରେ ଜାତି ଭିତ୍ତିକ ଜନଗଣନା ପାଇଁ ଅସାମର୍ଥ୍ୟ ପ୍ରକାଶ କରିବା ପରେ ନୀତୀଶ କୁମାର ଆଜି ଏହି ଘୋଷଣା କରିଛନ୍ତି। ବିହାରରେ ଜାତିଭିତ୍ତିକ ଜନଗଣନାରେ ବିଳମ୍ବ ପାଇଁ ଜେଡିୟୁ – ବିଜେପି ନେତୃତ୍ବାଧୀନ ସରକାରକୁ ସମାଲୋଚନା କରିଥିବା ଆର୍‌ଜେଡି ନେତା ଗତ ସପ୍ତାହ‌ରେ ନୀତୀଶଙ୍କୁ ଭେଟିଥିଲେ। ତେବେ ନୀତୀଶ କହିଛନ୍ତି, ଆଉ ବେଶୀଦିନ ନୁହେଁ। ଖୁବ୍‌ଶୀଘ୍ର ଏହି ବିଷୟରେ ଏକ ସର୍ବଦଳୀୟ ବୈଠକ ଡକାଯିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି