ଖେଳ ଦେଶ ବିଦେଶ ରାଜନୀତି

ନିୟୁ ଲୁକ୍‌ରେ ପାକିସ୍ତାନ ଜର୍ସି: INDIA ଲେଖାଥିବା ୟୁନିଫର୍ମରେ ଖେଳିବେ ପାକ୍ କ୍ରିକେଟର, ଟ୍ୱିଟ କରି ଜଣାଇଲା PCB

ନୂଆଦିଲ୍ଲୀ ୧୭/୧୦: ଆଜିଠୁ ଜମିବ ଫଟାଫଟ କ୍ରିକେଟ ଫିଭର । ଅର୍ଥାତ୍ ଆରମ୍ଭ ହେବ t-20 ବିଶ୍ୱକପ୍ । କରୋନା ପାଇଁ ଏଥରେ ଭାରତ ବଦଳରେ ୟୁଏଇ ଓ ଓମାନରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ତେବେ ଆଶ୍ଚର୍ଯ୍ୟର କଥା ଏହାର ଆୟୋଜକ ରହିଛି ବିସିସିଆଇ । ତେବେ ଏହି t-୨୦ ବିଶ୍ୱକପରେ ସମସ୍ତଙ୍କର ଉତ୍କଣ୍ଠା ରହିଛି ଭାରତ-ପାକିସ୍ତାନ ମ୍ୟଚକୁ ନେଇ । ଅକ୍ଟୋବର ୨୪ରେ ଖେଳାଯିବ ଏହି ହେବିଓ୍ୱେଟ୍ ମ୍ୟାଚ୍ ।

ଏଥର ନୂଆ ଜର୍ସିରେ ମୈଦାନକୁ ଓହ୍ଲାଇବେ ଦୁଇ ଦେଶର ଖେଳାଳି । ହେଲେ ଦେଖଣାହାରୀଙ୍କ ମନୋ ମହିବ ପାକିସ୍ତାନର ଜର୍ସି । କାରଣ ଏଥିରେ ଲେଖାଅଛି ଭାରତର ନାଁ । ଯାହାକି ପ୍ରଥମ ଘଟଣା । PCB ପକ୍ଷରୁ ଏହାର ଫଟୋ ପୋଷ୍ଟ କରାଯାଇଛି । ପୂର୍ବରୁ କିନ୍ତୁ ଜର୍ସିରେ ୟୁଏଇ ଲେଖାଥିଲା । ଏହାପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହୋଇଥିଲା ।

ଯେଉଁଥିରେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ଟି-୨୦ ବିଶ୍ୱକପ ପାଇଁ ନୂଆ ଜର୍ସିରେ ଦେଖିବାକୁୂ ମିଳିଥିଲା । କିନ୍ତୁ ଏହି ଜର୍ସିରେ ଆୟୋଜକ ଭାବେ ଭାରତ ବଦଳରେ ୟୁଏଇ ନାଁ ଲେଖାଯାଇଥିଲା । କିନ୍ତୁ ଅନ୍ୟ ଦଳର ଜର୍ସିରେ ଆୟୋଜକ ଭାବେ ଭାରତ ନାଁ ଲେଖାଯାଇଥିଲା । ତେଣୁ ସୋସିଆଲ ମିଡ଼ିଆରେ ପାକିସ୍ତାନ ବୋର୍ଡକୁ ଟ୍ରୋଲ କରାଯିବା ପରେ ନୂଆ ଜର୍ସିରେ ଇଣ୍ଡିଆ ଲେଖିଛି ପିସିବି ।

ଆଇସିସି ନିୟମ ଅନୁୟାୟୀ, ଆଇସିସି ବ୍ୟାନର ତଳେ ଖେଳାଯାଉଥିବା ସମସ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଟିମ୍ ନିଜ ଜର୍ସିର ଡାହାଣ ପାଶ୍ୱର୍ରେ ଟୁର୍ଣ୍ଣାମେଣ୍ଟର ନାଁ ସହ ଆୟୋଜକ ଦେଶର ନାଁ ଲେଖିବାକୁ ବାଧ୍ୟ । ଚଳିତ ଟି-୨୦ ବିଶ୍ୱକପର ଆୟୋଜକ ଭାରତ ହୋଇଥିବାରୁ ପ୍ରତ୍ୟେକ ଦଳର ଜର୍ସିରେ ଆୟୋଜକ ସ୍ଥାନରେ ଭାରତ ନାଁ ଲେଖିରହିବା ବାଧ୍ୟତାମୂଳକ ରହିଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର