ଭୁବନେଶ୍ବର ୨।୧୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି, ଗ୍ରୀନ୍ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ୍ ଆମର ମୂଳ ଲକ୍ଷ୍ୟ ହେବା ଦରକାର । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହାଦ୍ବାରା ପ୍ରଦୂଷଣର ମାତ୍ରା ବଢ଼ିବ । ଯାହା ଦ୍ବାରା କେବଳ କୋଭିଡ୍ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖି ଆଲର୍ଜି, ଥୋର୍ଟ ଆଲର୍ଜି ଏଗୁଡିକ ସବୁ ଦେଖାଯିବ । ଏହା ବ୍ୟତୀତ ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବନି । କାରଣ କୋଭିଡ୍ ଏବେ ବି ସମ୍ପୂର୍ଣ୍ଣ ଯାଇନି ବୋଲି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।