ରାଜ୍ୟ ସ୍ୱାସ୍ଥ୍ୟ

ନିୟମ ମାନି କମ୍ ସମୟ ବାଣ ଫୁଟାଇବା, ପ୍ରଦୂଷଣ କମ୍ କରିବାକୁ ଚେତାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨।୧୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି, ଗ୍ରୀନ୍ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ୍ ଆମର ମୂଳ ଲକ୍ଷ୍ୟ ହେବା ଦରକାର । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହାଦ୍ବାରା ପ୍ରଦୂଷଣର ମାତ୍ରା ବଢ଼ିବ । ଯାହା ଦ୍ବାରା କେବଳ କୋଭିଡ୍ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖି ଆଲର୍ଜି, ଥୋର୍ଟ ଆଲର୍ଜି ଏଗୁଡିକ ସବୁ ଦେଖାଯିବ । ଏହା ବ୍ୟତୀତ ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବନି । କାରଣ କୋଭିଡ୍ ଏବେ ବି ସମ୍ପୂର୍ଣ୍ଣ ଯାଇନି ବୋଲି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ