ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିୟମିତ ହେଲେ ୮୧୦୨ କନିଷ୍ଠ ଶିକ୍ଷକ, ୪୦ ହଜାର ୫୨ ଶିକ୍ଷକ ପାଇଲେ ପଦୋନ୍ନତି

ଭୁବନେଶ୍ବର ୧।୧: କନିଷ୍ଠ ଶିକ୍ଷକମାନଙ୍କୁ ସରକାର ଦେଲେ ଭେଟି । ରାଜ୍ୟରେ ନିୟମିତ ହେଲେ ୮ହଜାର ୧୦୨ କନିଷ୍ଠ ଶିକ୍ଷକ । ୨୦୧୫ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ ବର୍ଷ ୧୧ ମାସ ପରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ସେହିପରି ୪୦ ହଜାର ୫୨ ଶିକ୍ଷକଙ୍କୁ ପଦୋନ୍ନତି କରାଯାଇଛି ।

ସେପଟେ ଶୁକ୍ରବାର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହୋଇଥିଲା ସପ୍ତମ ବେତନ କମିଶନ । ଏହାଦ୍ବାରା ରାଜ୍ୟର ୨୬ ହଜାର ଶିକ୍ଷକ ଉପକୃତ ହେବେ । ୨୦୧୮ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଆସନ୍ତା ଜାନୁଆରୀ ୧ରୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । ଅପର ପ୍ରାଇମେରୀ ସ୍କୁଲ, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ପାଇଥିବା ସ୍କୁଲ, ନୂଆ ସରକାରୀପ୍ରାପ୍ତ ହାଇସ୍କୁଲ, ମଦ୍ରାସା ସ୍କୁଲ ପାଇଁ ଏହା ଲାଗୁ ହେବ । ଏହାଦ୍ବାରା ଶିକ୍ଷକ ଏବଂ ଅଣଶିକ୍ଷକ ସୁବିଧା ପାଇବେ ।

ସେହିପରି ବେସରକାରୀ କଲେଜ ଅଧ୍ୟାପକମାନେ ମଧ୍ୟ ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ୧୨୬ କୋଟି ରାଜ୍ୟ ସରକାର ବହନ କରିବେ । ସ୍କୁଲ ଓ କଲେଜ ଗ୍ରାଣ୍ଟ ଇନ୍ ଏଡ୍ ବାବଦକୁ ବାର୍ଷିକ ୧୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବଶୀଘ୍ର ଖାଲିଥିବା ପଦବୀ ପୁରଣ ହେବ । ମୋଟ୍ ୧୫ ହଜାର ୬ ଶହ ୬୪ ଜଣ ଅଧ୍ୟାପକ ଓ କର୍ମଚାରୀ ସୁବିଧା ପାଇବେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି