ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ସେବନ କରନ୍ତୁ ଗାଜର୍ ଜୁସ୍, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

ଭୁବନେଶ୍ୱର ୦୨/୧୨ : ଗାଜର ଜୁସ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଗାଜରରେ ବିଟା-କ୍ୟାରୋଟିନ ନାମକ ଔଷଧୀୟ ତତ୍ୱ ରହିଛି ଯାହା କ୍ୟାନସରକୁ ନିୟନ୍ତ୍ରଣ କରିଥାଏ। ଗାଜର ଜୁସ ସେବନ ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ। ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଥାଏ। ଗାଜର ଜୁସ ସେବନ ଦ୍ୱାରା ଏହି ଦୁର୍ବଳତା ଦୂର ହୋଇଥାଏ। ଗାଜର ଜୁସ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଲାଭଦାୟକ। ଏହାର ଆହୁରି ଅନେକ ଫାଇଦା ରହିଛି।

Carrot juice

ଗାଜର ଜୁସ ସେବନ ଦ୍ୱାରା ଶରୀରରେ ରକ୍ତ ମାତ୍ରା ବୃଦ୍ଧି ପାଇଥାଏ। ଦୃଷ୍ଟି ଶକ୍ତି ପାଇଁ ଗାଜର ବହୁତ ଲାଭଦାୟକ। ଗାଜର ସେବନ ଦ୍ୱାରା ଆଖି ସମସ୍ୟା ଦୂର ହୋଇଥାଏ।

ଗାଜର ଜୁସରେ ବିଟା-କ୍ୟାରୋଟିନ ଭରପୁର ମାତ୍ରାରେ ରହିଛି। ଏକ ରିସର୍ଚ୍ଚରୁ ଜଣାପଡିଛି ବିଟା-କ୍ୟାରୋଟିନ ଆକ୍ସିଡେଟିଭ ଷ୍ଟ୍ରେସ କମ କରିବାରେ ସାହାଯ୍ୟ କରିଥାଏ। ଏହା ଗ୍ଲୁଟାଥିୟୋନ ମେଟାବୋଲିଜିମରେ ସୁଧାର ଆଣିଥାଏ।


ଗାଜରରେ ପ୍ରଚୁର ମାତ୍ରାରେ ଭିଟାମିନ-ଏ ରହିଛି। ନିୟମିତ ଗୋଟିଏ ଗ୍ଲାସ ଗାଜର ଜୁସ ସେବନ କଲେ ତ୍ୱଚା ସୁନ୍ଦର ଓ ଚିକ୍କଣ ହୋଇଥାଏ ଏବଂ ମୁହଁର ଉଜ୍ଜ୍ୱଳ ଦିଶିଥାଏ।

ଗାଜର ଜୁସ ସେବନ ଦ୍ୱାରା କ୍ୟାନସର ବିପଦ କମ ଥାଏ। ଗାଜରରେ ଏଣ୍ଟି-କ୍ୟାନସର ଗୁଣ ରହିଛି କ୍ୟାନସରରୁ ରକ୍ଷା କରିଥାଏ। ଏହାସହ ଗାଜର ଜୁସ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ।

ଗାଜର ଜୁସ ହୃଦୟ ସମ୍ବନ୍ଧୀୟ ରୋଗ କମ କରିବାରେ ସାହାଯ୍ୟ କରିଥାଏ। ଗାଜର ଜୁସ ସେବନ କଲେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବେ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ